ଭୁବନେଶ୍ଵର,ଏନ୍ଏନ୍ଏସ୍ : ଆସନ୍ତା ୩୧ ତାରିଖରୁ ସଂସଦର ବଜେଟ୍ ଅଧିବେଶ ଆରମ୍ଭ ହେଉଛି । ଏଥିରେ ବିଜେଡିର ରଣନୀତି କିପରି ରହିବ ସେ ନେଇ ଆଲୋଚନା ପାଇଁ ମଙ୍ଗଳବାର ଦଳୀୟ ସାଂସଦମାନେ ସଂସଦୀୟ ଦଳ ବୈଠକରେ ଏକାଠି ହେବେ । ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ମୁଖ୍ୟମନ୍ତ୍ରୀ ସଂସଦରେ ବିଜେଡିର ଆଭିମୁଖ୍ୟ କ’ଣ ରହିବ ସେ ନେଇ ବୈଠକରେ ସାଂସଦମାନଙ୍କୁ ପରାମର୍ଶ ଦେବେ । ପୂର୍ବାହ୍ନ ୧୧ଟା ୨୫ରେ ବୈଠକ ବସିବ ବୋଲି ସୂଚନା ମିଳିଛି।