ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱର କଳ୍ପନା ଛକ ନିକଟରେ ଗୁରୁବାର ବିଳମ୍ବିତ ରାତ୍ରିରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। ଏଥିରେ ୧୮ଟି ଫଳ ଦୋକାନ ପୋଡ଼ି ପାଉଁଶ ହୋଇଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର ଜିନିଷ ପୋଡ଼ିଯାଇଛି।

ସୂଚନା ଅନୁସାରେ କଳ୍ପନା ଛକଓଭରବ୍ରିଜ୍ ନିକଟରେ ଥିବା ଫଳ ଦୋକାନମାନଙ୍କରେ ନିଆଁ ଲାଗିଯାଇଥିବା ଜଣାପଡ଼ିଛି। ଗୁରୁବାର ରାତ୍ରି ୧୧ଟାରେ ଫଳ ଦୋକାନୀ ଦୋକାନ ବନ୍ଦ କରି ଘରକୁ ଯାଇଥିବା ବେଳେ ବିଳମ୍ବିତ ରାତ୍ରିରେ ଦୋକାନରେ ନିଆଁ ଲାଗିଯାଇଥିବା ଖବର ପାଇଥିଲେ। ଖବରପାଇ ଦୋକାନୀମାନେ ଘଟଣାସ୍ଥଳକୁ ଆସିବା ସହ ଦମକଳ ବାହିନୀକୁ ଖବର ଦେଇଥିଲେ।
