Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଜରୁରୀ ସ୍ଥିତିରେ ‘ଜିଓ ଇଞ୍ଜିନିୟରିଂ’ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଜରୁରୀ ସ୍ଥିତିରେ ‘ଜିଓ ଇଞ୍ଜିନିୟରିଂ’

ଦତ୍ତାତ୍ରେୟ ନାୟକ

ସମୁଦ୍ରରେ ମାତ୍ରାଧିକ ଚୁନ ପକାଇବା ଦ୍ୱାରା ସାମୁଦ୍ରିକ ଜୈବ ବିବିଧତା ବ୍ୟାପକ କ୍ଷତିଗ୍ରସ୍ତ ହେବ। ତେବେ ଜରୁରୀକାଳୀନ ସ୍ଥିତିରେ  ସବୁ ଯୁକ୍ତି ଓ ତର୍କର ଅନ୍ତ ଘଟିବା ନିଶ୍ଚିତ। ବୃକ୍ଷରୋପଣ ଭଳି ସ୍ଥାୟୀ ସମାଧାନ ସକ୍ରିୟ ଭାବେ କାର୍ଯ୍ୟକାରୀ ନହେଲେ ଜିଓ ଇଞ୍ଜିନିୟରିଂ ହିଁ ଏକକ ବିକଳ୍ପ ଭାବେ ଉଭା ହେବ।

ଗ୍ଲୋବାଲ୍‌ ୱାର୍ମିଂ ସମସ୍ୟାର ସମାଧାନ ପାଇଁ ଚିନ୍ତା କଲା ବେଳେ ବୃକ୍ଷରୋପଣକୁ ପ୍ରାଥମିକତା ମିଳେ, ମିଳିବା ଉଚିତ୍ ମଧ୍ୟ। ଭାରତ ସମେତ ସାରା ବିଶ୍ୱ ଗ୍ଲୋବାଲ୍‌ ୱାର୍ମିଂର ପ୍ରଭାବରୁ ବଞ୍ଚିବା ପାଇଁ ବୃକ୍ଷରୋପଣକୁ ଆପଣାଇବା ଆରମ୍ଭ କଲେଣି। ବ୍ରିଟେନ୍‌ଓ କାନାଡ଼ା ଭଳି ଦେଶରେ ଏହା ଏବେ ନିର୍ବାଚନ ଇସ୍ତାହାରରେ ମଧ୍ୟ ସ୍ଥାନିତ ହେଲାଣି। ଏହି ପ୍ରସଙ୍ଗ ଭାରତରେ ରାଜନୀତିକବୟାନବାଜିଠାରୁ ଊର୍ଦ୍ଧ୍ୱରେ ରହିଛି ସତ, ମାତ୍ର ଭାରତ ପ୍ରାକୃତିକ ପରିବେଶକୁ ସଜାଡ଼ିବାରେ ଯଥେଷ୍ଟ ପ୍ରଚେଷ୍ଟା କରୁଛି। ନିକଟ ଅତୀତରେ ଭାରତ ପରିବେଶ ସୁରକ୍ଷାରେ ପୂର୍ବାପେକ୍ଷା ଭଲ ପ୍ରଦର୍ଶନ କରି ବିଶ୍ୱସ୍ତରରେ ପ୍ରଶଂସିତ ହୋଇଛି। ତେବେ ବୃକ୍ଷରୋପଣ ଏକ ସ୍ଥାୟୀ ଓ ବିଳମ୍ବ ସମାଧାନ।

କେବଳ ବୃକ୍ଷରୋପଣ ଭରସାରେ ବସି ରହିବା ଭଳି ସ୍ଥିତିରେ ବିଶ୍ୱର ଆଉ ନାହିଁ। ଏକବିଂଶ ଶତାଦ୍ଦୀର ବିଶ୍ୱ ଯଦି କେବଳ ବୃକ୍ଷରୋପଣ ଭରସାରେ ବସି ରହିବ ତେବେ ଏହା ବର୍ଦ୍ଧିତ ଯାନ୍ତ୍ରିକ ଜ୍ଞାନକୌଶଳର ମର୍ଯ୍ୟାଦାହାନି କରିବ। ଧରାକୁ ସରା ମନେ କରୁଥିବା ମାନବବାଦକୁ ବିକଳ୍ପ ସପକ୍ଷରେ ପ୍ରବାହିତ ହେବାକୁ ପଡ଼ିବ। ତେବେ ସମାଧାନ କହିଲେ କେବଳ ‘ଜିଓ ଇଞ୍ଜିନିୟରିଂ’। ଏହି ପ୍ରକ୍ରିୟାକୁ ପ୍ରକୃତିର ବିରୋଧୀ ବୋଲି ମଧ୍ୟ କହିହେବନାହିଁ। ଏହା ବାୟୁମଣ୍ଡଳରେ ଏକ ଛୋଟିଆ ହେରାଫେରି, ଯାହା ପାଇଁ ଉଦ୍ଭିଦ ଜଗତକୁ ଢେର ଅଧିକ ସମୟ ଲାଗିଥାନ୍ତା

ମନେରଖନ୍ତୁ ଉଦ୍ଭିଦ ଏହାର ବିକଳ୍ପ ନୁହେଁ, ବରଂ ଉଦ୍ଭିଦ ଜଗତ ସ୍ଥାୟୀ ଭାବେ ଗ୍ଲୋବାଲ୍‌ ୱାର୍ମିଂକୁ ପ୍ରଭାବଶୂନ୍ୟ କରିବା ପୂର୍ବରୁ ବାୟୁମଣ୍ଡଳରେ ତାରତମ୍ୟ ରକ୍ଷା କରିବାର ଏକ ଛୋଟିଆ ପ୍ରୟାସ। ଜିଓ ଇଞ୍ଜିନିୟରିଂ ମାଧ୍ୟମରେ ସୂର୍ଯ୍ୟ କିରଣର ମାତ୍ରାକୁ ପରିଚାଳନା କରାଯାଏ। ବିଶ୍ୱ ପାଇଁ ଯେତିକି ମାତ୍ରାର ସୌର ଊର୍ଜ୍ଜା ଆବଶ୍ୟକ ହୁଏ, ସେତିକି ପରିମାଣରେ ସୀମିତ ରଖିବାର ପ୍ରକ୍ରିୟାକୁ ଜିଓ ଇଞ୍ଜିନିୟରିଂ କହନ୍ତି। ଏହି ପ୍ରକ୍ରିୟାରେ ବାୟୁମଣ୍ଡଳର ଉପର ସ୍ତରରେ ଅର୍ଥାତ୍‌ ଅତିକମ୍‌ରେ ଟ୍ରପୋସ୍ପିୟରର ଉପରି ଭାଗରେ ସଲଫରଡାଇଅକ୍ସାଇଡ ଗ୍ୟାସକୁ ଛଡ଼ାଯାଇଥାଏ। ଫଳସ୍ୱରୂପ ସୂର୍ଯ୍ୟଙ୍କଠାରୁ ଆସୁଥିବା କିରଣର ମାତ୍ରା କମିବା ସହ ବାୟୁମଣ୍ଡଳରେଅଙ୍ଗାରକାମ୍ଳର ମାତ୍ରା ମଧ୍ୟ କମିଥାଏ। ଏହି କ୍ରମରେ ବାୟୁମଣ୍ଡଳର ତାପମାତ୍ରା ହ୍ରାସ ହୋଇଥାଏ।

ସେହିଭଳି କିଛି ଭିନ୍ନ ପଦ୍ଧତି ମଧ୍ୟ ରହିଛି। ସମୁଦ୍ରର ବାଷ୍ପୀକରଣର ପ୍ରକ୍ରିୟାରେ ଜିଓ ଇଞ୍ଜିନିୟରିଂକୁ ବ୍ୟବହାର କରିହେବ। ଏହା ପାଇଁ ସମୁଦ୍ରରେ ମାତ୍ରାଧିକ ପରିମାଣର ଚୁନ ଛାଡ଼ିବାକୁ ପଡ଼ିଥାଏ। ଫଳସ୍ୱରୂପ ଏହା ଅଙ୍ଗାରକାମ୍ଳକୁ ଗ୍ରହଣ କରିବା ଯଥେଷ୍ଟ ସକ୍ଷମ ହୋଇପାରି ବାୟୁମଣ୍ଡଳରେ ଏହାର ମାତ୍ରାକୁ କମାଇଥାଏ। ବିଶ୍ୱର ସବୁ ଦେଶମାନେ ବିତ୍ତୀୟ ସମର୍ଥନ ଦେଲେ ଗ୍ଲୋବାଲ୍‌ ୱାର୍ମିଂ ସମସ୍ୟାର ସ୍ଥାୟୀ ସମାଧାନ ମଧ୍ୟ ସମ୍ଭବ। ବାୟୁମଣ୍ଡଳର ଷ୍ଟାଟ୍ରୋସ୍ପିୟରୁ ହିଁ ସୂର୍ଯ୍ୟ କିରଣକୁ ଫେରାଇ ଦିଆଯାଇପାରିବ। କେବଳ ମାତ୍ରାଧିକସଲଫେଟ୍ କଣିକାକୁ ଏହି ସ୍ପିୟରରେ ବ୍ୟବହାର କଲେ ସୂର୍ଯ୍ୟକିରଣ ଭୂମଣ୍ଡଳରେ ପଡ଼ିବା ପୂର୍ବରୁ ପ୍ରତିଫଳିତ ହୋଇ ଫେରିଯିବ। କିଛି କେବଳ ବିତ୍ତୀୟ କ୍ଷମତାରେ ଉପରେ ସନ୍ଦେହ ପ୍ରକଟ କରି ଏହାକୁ ଅବାସ୍ତବ ବୋଲି କହୁଥିଲେ ମଧ୍ୟ ଏହାର ତାର୍କିକ ପାଶ୍ୱର୍କୁଅଗ୍ରାହ୍ୟ କରିନାହାନ୍ତି।

ଫ୍ରାନ୍ସ, ବ୍ରିଟେନ୍‌, ଚୀନ ଓ ରୁଷ ଭଳି ଦେଶ କ୍ରମାଗତ ଭାବେ ଜିଓ ଇଞ୍ଜନିୟରିଂକୁ ବିକଶିତ କରିବା ପାଇଁ ପ୍ରଚେଷ୍ଟା ଜାରି ରଖିଛନ୍ତି। ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ ଜର୍ନେଟ ୱଗେନର ଗ୍ଲୋବାଲ୍ ୱାର୍ମିଂର ପ୍ରଭାବକୁ ଦେଖି ଏକ ଭୟଙ୍କର ସ୍ଥିତିର କଳ୍ପନା ମଧ୍ୟ କରିଥିଲେ। ସେ କଳ୍ପନା କରି କହିଛନ୍ତି ଯେ ବିଶ୍ୱର ସବୁ ଦେଶ ମଧ୍ୟରେ ଆଗାମୀ ୩– ୪୦ ବର୍ଷ ପରେ ନିଜ ବିମାନରେ ସଲଫେଟ କଣିକା ଧରି ଷ୍ଟ୍ରାଟୋସ୍ପିୟର ଅଭିମୁଖେ ଯାତ୍ରା କରୁଥିବେ। ସମସ୍ୟା ଏତେ ଜଟିଳ ହେବ ଯେ ବଞ୍ଚିବା ପାଇଁ ଷ୍ଟ୍ରାଟୋସ୍ପିୟରକୁ ସଲଫରରେ ଭରିବାକୁ ପଡ଼ିବ। ତେବେ ଅନ୍ୟପକ୍ଷରେ ଏହାକୁ ନେଇ ଅନେକ ତାର୍କିକ ସମାଲୋଚନା ମଧ୍ୟ ଅଛି। ଏହା ମାତ୍ରାଧିକ ବ୍ୟୟବହୁଳ ଓ ଜିଓ ଇଞ୍ଜନିୟରିଂ ସପକ୍ଷରେ ବିଭିନ୍ନ ଦେଶଙ୍କର ସହମତି ମିଳିବା କଷ୍ଟ। ସେହିଭଳି ବାୟୁମଣ୍ଡଳର ସ୍ୱାଭାବିକ ଚକ୍ର ମଧ୍ୟ ପ୍ରଭାବିତ ହେବାର ପୂର୍ବାନୁମାନ ହେଉଛି।