Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଭଙ୍ଗାଯିବ ସିଂହଦ୍ୱାର ସମ୍ମୁଖ ଦର୍ଶନାର୍ଥୀ ସେଡ୍: ପୂର୍ବ ସ୍ଥାନରୁ ଗଡ଼ିବେ ୩ରଥ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଭଙ୍ଗାଯିବ ସିଂହଦ୍ୱାର ସମ୍ମୁଖ ଦର୍ଶନାର୍ଥୀ ସେଡ୍: ପୂର୍ବ ସ୍ଥାନରୁ ଗଡ଼ିବେ ୩ରଥ

ପୁରୀ,ଏନ୍ଏନ୍ଏସ୍: ରଥ ଚକଡ଼ାରୁ ହିଁ ତିନିରଥ ଗଡିବେ ଓ ରଥ ଚକଡାର ସ୍ଥାନ କୌଣସି ପରିସ୍ଥିତିରେ ପରିବର୍ତ୍ତନ କରାଯିବ ନାହିଁ ବୋଲି ବାଙ୍ଗାଲୋରର ସ୍ଥପତି ସଂସ୍ଥା ସ୍ପଷ୍ଟ କରିଛି। ଶ୍ରୀମନ୍ଦିର ମରିଚାଳପା କମିଟି ସଦସ୍ୟଙ୍କ ସହ ସ୍ଥପତି ସଂସ୍ଥାର ଏକ ସମୀକ୍ଷା ବୈଠକ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଶ୍ରୀମନ୍ଦିର ଚତୁଃପାଶ୍ୱର୍ ୭୫ମିଟର ପରିଧି ବିକାଶର ନକ୍ସା ଭିଡିଓ ଚିତ୍ର ମାଧ୍ୟମରେ ସ୍ଥପତି ସଂସ୍ଥା ମଧ୍ୟରୁ ପରିଚାଳନା କମିଟି ସଦସ୍ୟମାନଙ୍କ ଆଗରେ ଉପସ୍ଥାପନ କରାଯାଇଥିଲା। ୩ରଥ ଗଡିବାର ସ୍ଥାନକୁ ନେଇ ଯେଉଁ ଦ୍ୱନ୍ଦ୍ୱ ଓ ସନ୍ଦେହ ଉପୁଜିଥିଳା ସ୍ଥପତି ସଂସ୍ଥା ଦ୍ୱାରା ତାହା ଦୂର କରାଯାଇଛି।

ନକ୍ସାରେ ଚିତ୍ରିତ ତିନି ରଥ ରଥଖଳାର ଏବଂ ରଥଖଳାକୁ ସ୍ପଷ୍ଟ ଚିହ୍ନଟ କରିବା ପାଇଁ ୩ରଥର ଚିତ୍ର ସେଠାରେ ଅଙ୍କନ କରାଯାଇଥିବା ସ୍ଥପତି ସଂସ୍ଥାର ପ୍ରତିନିଧିମାନେ ସ୍ପଷ୍ଟ କରିଦେଇଥିଲେ। ଏହି ବୈଠକରେ ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ୭୫ମିଟର ଇଲାକାରେ ଉନ୍ନତିକରଣ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା। ପରିଚାଳନା କମିଟିର ସଦସ୍ୟମାନେ ବିକାଶ ପ୍ରକଳ୍ପର ନକ୍ସା ଦେଖିବା ପରେ ନିଜର ମତାମତ ପ୍ରଦାନ କରିଥିଲେ। ପରିଚାଳନା କମିଟି ସଦସ୍ୟ ତଥା ସୁଭଦ୍ରାଙ୍କ ବାଡଗ୍ରାହୀ ରାମଚନ୍ଦ୍ର ଦାସ ମହାପାତ୍ର ରଥ ଗଢ଼ିବା ସ୍ଥାନକୁ ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ବିଷୟରେ ଉଲ୍ଲେଖ କରିବା ସଙ୍ଗେ ସଙ୍ଗେ ଏ ସମ୍ପର୍କିତ ପରମ୍ପରା ଭଙ୍ଗ କରାନଯିବାକୁ ଦୃଢ଼ ମତବ୍ୟକ୍ତ କରିଥିଲେ।

ସ୍ଥପତି ସଂସ୍ଥାର ପ୍ରତିନିଧିମାନେ ସ୍ପଷ୍ଟ କରିଥିଲେ ଯେ ଯେଉଁ ସ୍ଥାନଟି ରଥଯାତ୍ରା ଆରମ୍ଭ କରୁଛି ସେହି ସ୍ଥାନରୁ ହିଁ ତିନିରଥ ଗଡିବେ। ଶ୍ରୀ ଦାସ ମହାପାତ୍ର ପ୍ରସ୍ତାବ ଦେଇଥିଲେ ଯେ ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ଚନ୍ଦନ ଯାତ୍ରା ଓ ଅନ୍ୟାନ୍ୟ ଯାନିଯାତ୍ରା ପାଇଁ ସ୍ୱତନ୍ତ୍ର ପରିକ୍ରମା ମାର୍ଗ ରଖାଯାଉ। ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ୨୦ଫୁଟର ରାସ୍ତା ରଖିବାକୁ ସେ ମତ ଦେଇଥିଲେ। ଶ୍ରୀମନ୍ଦିର ୪କୋଣରେ ଥିବା ୱାଚ୍ ଟାୱାର୍ ଯୋଗୁଁ ବିଦେଶୀମାନେ ଶ୍ରୀମନ୍ଦିରରେ ଅନୁପ୍ରବେଶ ପାଇଁ ଉଦ୍ୟମ କରୁଥିବା ଉଲ୍ଲେଖ କରି ମେଘନାଦ ପାଚେରିଠାରୁ ଯଥେଷ୍ଟ ଦୂରରେ ୱାଚ୍ ଟାୱାର୍ଗୁଡିକୁ ରଖାଯିବାକୁ ସେ ମତ ଦେଇଥିଲେ। ଏ ବିଭାଗରେ ବିଚାରବିମର୍ଷ କରାଯାଇ ଆବଶ୍ୟକ ପରିବର୍ତ୍ତନ କରାଯିବ ବୋଲି ସ୍ଥପତି ସଂସ୍ଥାର ଅଧିକାରୀମାନେ କହିଥିଲେ।

ବୈଠକର ଆଲୋଚନା ସମ୍ପର୍କରେ ସୂଚନା ଦେଇ ପରିଚାଳନା କମିଟି ସଦସ୍ୟ ମାଦବ ପୂଜାପଣ୍ଡା ସାମନ୍ତ ପ୍ରକାଶ କରିଛନ୍ତି ଯେ ଶ୍ରୀଜିଉମାନେ ଶ୍ରୀମନ୍ଦିରରୁ ପହଣ୍ଡି ହୋଇ ଆସିବାବେଳେ ଛାତର ବ୍ୟବସ୍ଥା କରାଯିବା ନେଇ ଯେଉଁ ମତପ୍ରକାଶ ପାଉଛି ସେ ବିଷୟରେ ଆଲୋଚନା କରାଯାଇଥିଲା। କିନ୍ତୁ ପହଣ୍ଡି ସମୟରେ ସେଭଳି କୌଣସି ଛାତର ବ୍ୟବସ୍ଥା କରାନଯିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ସିଂହଦ୍ୱାର ସମ୍ମୁଖରେ ଭକ୍ତଙ୍କ ପାଇଁ ଯେଉଁ ନୂଆ ସେଡ୍ ନିର୍ମାଣ କରାଯାଇଛି ତା’ର ସ୍ଥାୟୀ ବ୍ୟବସ୍ଥା ପୂର୍ଣ୍ଣାଙ୍ଗ ନକ୍ସାରେ ରହିଛି।

ଏହି ସେଡ୍କୁ ଭଙ୍ଗାଯାଇ କାକୁଡିଖାଈଙ୍କ ପାଶ୍ୱର୍ରୁ ସିଂହଦ୍ୱାର ପର୍ଯ୍ୟନ୍ତ ନୂତନ ସେଡ୍ ନିର୍ମାଣ କରାଯିବ। ଏହି ସେଡ୍ ଦେଇ ଦର୍ଶନାର୍ଥୀମାନେ ଶ୍ରୀମନ୍ଦିରରେ ପ୍ରବେଶ କରିବେ। ନକ୍ସାରେ ଆବଶ୍ୟକ ପରିବର୍ତ୍ତନ କରାଯାଇ ଚଳିତବର୍ଷ ଶେଷ ଆଡକୁ ଅନୁଷ୍ଠିତ ହେବାକୁ ଥିବା ପରିଚାଳନା କମିଟି ବୈଠକରେ ତାହାକୁ ଅନୁମୋଦନ କରାଯିବ। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଝାଞ୍ଜପିଟା ମଠର ମହନ୍ତ ସଚ୍ଚିଦାନନ୍ଦ ଦାସଜୀ ମହାରାଜ ଓ ପରିଚାଳନା କମିଟି ସଭ୍ୟ ମାଧବ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ।