ମାର୍କେଟବିଲ୍ଡିଂରେ ଦୁର୍ବୃତ୍ତଙ୍କ ମାଡ଼ ମାରିବା ଘଟଣା, ୧୮ ଜଣଙ୍କୁ ଗିରଫ କଲା ପୁଲିସ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀ ଭୁବନେଶ୍ୱର ସ୍ଥିତ ଜନଗହଳିପୂର୍ଣ୍ଣ ମାର୍କେଟ ବିଲ୍ଡିଂ ପରିସରରେ ଦୋକାନୀଙ୍କୁ ଦୁର୍ବୃତ୍ତଙ୍କ ଆକ୍ରମଣ ଓ ଭଙ୍ଗାରୁଜା ଘଟଣାରେ ଶନିବାର ପୁଲିସ ୧୮ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ୧୨ ଜଣ ନାବାଳକ ଓ ଅନ୍ୟ ୬ ଜଣ ସାବାଳକ ବୋଲି ଜଣାପଡ଼ିଛି। ଏଥିସହ ଘଟଣାର ତଦନ୍ତ ମଧ୍ୟ ଜାରି ରହିଛି। ତେବେ ଏହି ପରିପ୍ରେକ୍ଷୀରେ ଅନ୍ୟ ୩ ମୁଖ୍ୟ ଅଭିଯୁକ୍ତ ଚିଣ୍ଟୁ, ଗୋପୀ ଓ ପ୍ରୀତମ୍‍ ଫେରାର ଥିବା କମିସନରେଟ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

ତେବେ କେଉଁ କାରଣରୁ ଏଭଳି ଆକ୍ରମଣ ହୋଇଛି ସେନେଇ ଏ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ସୂଚନାଯୋଗ୍ୟ ଯେ ଶୁକ୍ରବାର ସନ୍ଧ୍ୟାରେ ହଠାତ୍‌ ୨୦ରୁ ୩୦ ମୁଖାପିନ୍ଧା ଦୁର୍ବୃତ୍ତ ମାର୍କେଟ ବିଲ୍ଡିଂରେପ୍ରବେଶ କରି ଦୋକାନୀଙ୍କ ଉପରେ ଆକ୍ରମଣ କରିବା ସହ ୧୦୦ରୁ ଅଧିକ ଦୋକାନକୁ ଭଙ୍ଗାରୁଜା କରିଥିଲେ। ସେହିପରି ତାଙ୍କ ସାମ୍ନାକୁ ମଧ୍ୟ ଯିଏ ଆସୁଥିଲେ ତାଙ୍କୁ ପିଟୁଥିଲେ