ଇଞ୍ଜିନିୟରିଂ ପାଠ୍ୟକ୍ରମର ଯୁଗ୍ମ ପ୍ରବେଶିକା ପରୀକ୍ଷାର ପ୍ରଥମ ପର୍ଯ୍ୟାୟ ଆରମ୍ଭ, ଓଡ଼ିଶାର ୩୩୦୦୦ ଛାତ୍ରଛାତ୍ରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଯୁଗ୍ମ ପ୍ରବେଶିକା ପରୀକ୍ଷା(ଜେଇ ମେନ) ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଥିବା ବେଳେ ଏହାର ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ୩୩ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରର ୭ଟି କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହେଉଛି। ଏହା ୧୧ ତାରିଖ ପର୍ୟ୍ୟନ୍ତ ଚାଲିବ। ସେହିପରି ଆସନ୍ତା ୩୧ ତାରିଖରେ ପରୀକ୍ଷାର ଫଳ ପ୍ରକାଶ ପାଇବ।

ଏ ନେଇ ସୋମବାର ସକାଳ ୯.୩୦ରୁ ପ୍ରଥମ ସିଟିଂ ଆରମ୍ଭ ହୋଇଛି। ଯାହା ସାଢେ ୧୨ଟାରେ ସରିବ। ସେହିପରି ଦିନ ୨.୩୦ରେ ଦ୍ୱିତୀୟ ସିଟିଂ ଆରମ୍ଭ ହୋଇ ୫ଟା ୩୦ରେ ସରିବ । ଭୁବନେଶ୍ୱର, ବାଲେଶ୍ୱର, କଟକ, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର ଏବଂ ଢେଙ୍କାନାଳରେ ଓଡ଼ିଶାର ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି।

ନ୍ୟାସନାଲ୍‍ ଟେଷ୍ଟିଂ ଏଜେନ୍ସୀ ଏନ୍‍ଟିଏ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଦ୍ୱିତୀୟ ଜେଇଇ ମେନ୍‍ ପରୀକ୍ଷା ଏପ୍ରିଲ୍‍ ୩ରୁ ଆରମ୍ଭ ହୋଇ ୯ତାରିଖ ପର୍ୟ୍ୟନ୍ତ ଚାଲିବ। ଏହି ଦ୍ୱିତୀୟ ପରୀକ୍ଷାର ଫଳ ଏପ୍ରିଲ ୩୦ ତାରିଖରେ ପ୍ରକାଶ ପାଇବ ବୋଲି ଏନ୍‍ଟିଏ ପକ୍ଷରୁ ସୂଚନା ଦିଆଯାଇଛି।