ଭୁବନେଶ୍ୱର,ଏନ୍ଏନ୍ଏସ୍: ବିମାନ ବନ୍ଦରର ନିର୍ଦ୍ଦେଶକ ବରୁଦା ଭେଙ୍କଟେଶ୍ୱର ରାଓ ସୋମବାର ବିଜୁପଟ୍ଟନାୟକ ଆର୍ନ୍ତଜାତୀୟ ବିମାନ ବନ୍ଦରର ରନୱେକୁ ପୁନର୍ବାର ସର୍ଫେସିଂ କରାଯିବ ବୋଲି ସୂଚନା ଦେଇଛନ୍ତି। ଏ ନେଇ ସେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ଏଥିସହ ସେ କହିଛନ୍ତି ଯେ ଏହା ଆସନ୍ତ ଫେବୃଆରୀରେ ଆରମ୍ଭ ହେବାକୁ ଯାଉଥିବାବେଳେ ସର୍ଫେସିଂ କାର୍ଯ୍ୟ ୨ଟି ସିଫ୍ଟରେ ହେବ। ପ୍ରଥମଟି ରାତି ୧୨ଟାରୁ ଭୋର ୬ଟା ପର୍ଯ୍ୟନ୍ତ ଓ ଦ୍ୱିତୀୟଟି ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ । ଏହି କ୍ରମରେ କାମକୁ ଶେଷ ହେବାକୁ ପାଖାପାଖି ୮ରୁ ୧୦ମାସ ସମୟ ଲାଗିବ। ଏହି ପରିପ୍ରେକ୍ଷଈରେ ବିମାନ ଉଡ଼ାଣରେ ବିଳମ୍ବ କିମ୍ବା ଅସୁବିଧା ହେବ ତଥା ଆଂଶିକ ଭାବେ ବିମାନ ବନ୍ଦର ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତ।
ବିମାନଗୁଡ଼ିକର ସହଜ ଲିଫ୍ଟିଂ ଓ ଲ୍ୟାଣ୍ଡି ପାଇଁ ପ୍ରତି ୧୦ ବର୍ଷରେ ଥରେ ରନୱେକୁ ରିପ୍ୟାରିଂ କରାଯାଇଥାଏ। ତେବେ ବିଜୁପଟ୍ଟନାୟକ ଆର୍ନ୍ତଜାତୀୟ ବିମାନବନ୍ଦରରେ ଏହି କାର୍ଯ୍ୟ ୨୦୦୭ରେ ହୋଇଥିବା ବେଳେ ଏହାକୁ ୧୨ ବର୍ଷ ବିତି ସାରିଛି। ତେଣୁ ଏହା ଅତ୍ୟାବଶ୍ୟକ ବୋଲି କହିଛନ୍ତି।