Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ମହିଳା ସୁରକ୍ଷା ଦିଗରେ ନିରବଦଷ୍ଟ୍ରା ସାଜିଛନ୍ତି ମୁଖ୍ୟମନ୍ତ୍ରୀ: ମହିଳାମୋର୍ଚ୍ଚା – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ମହିଳା ସୁରକ୍ଷା ଦିଗରେ ନିରବଦଷ୍ଟ୍ରା ସାଜିଛନ୍ତି ମୁଖ୍ୟମନ୍ତ୍ରୀ: ମହିଳାମୋର୍ଚ୍ଚା

ପୋଲିସ କ୍ୱାଟରରେ ମହିଳାଙ୍କ ସହ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ମହିଳାମାନଙ୍କ ସ୍ଥିତି ଅତ୍ୟନ୍ତ ସଂଗୀନ ହୋଇପଡିଛି। ପ୍ରତିଦିନ ଗଣଦୁଷ୍କର୍ମ, ନାରୀ ନିର୍ଯ୍ୟାତନା, ଘରୋଇ ହିଂସା, ଯୈାନ ନିର୍ଯ୍ୟାତନା ଆଦି ଖବର ବିଭିନ୍ନ ଗଣମାଧ୍ୟମରେ ପକାଶ ପାଉଛି। ଏହା ପରେ ବି ରାଜ୍ୟସରକାର ମହିଳା ସୁରକ୍ଷା ଦିଗରେ ନିରବଦଷ୍ଟ୍ରା ସାଜିଛନ୍ତି। ନା ମହିଳାଙ୍କ ସୁରକ୍ଷା ପାଇଁ କିଛି କଠୋର ଆଇନ ଆଣୁଛନ୍ତି ନା ଅପରାଧ ଘଟାଇଥିବା ଅଭିଯୁକ୍ତଙ୍କ ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଯାହା ଫଳରେ ଆଜି ନାବାଳିକା ଏବଂ ମହିଳାଙ୍କ ସହ ଦୁଷ୍କର୍ମ କରିବାକୁ କେହି ଭୟ କରୁନାହାନ୍ତି।

ଅପରପକ୍ଷରେ ଶାସକ ଦଳ ନେତାଙ୍କ ପୋତ୍ସାହନରେ ଅପରାଧୀମାନେ ବିଭିନ୍ନ ପ୍ରକାର ମହିଳା ବିରୋଧୀ ଅପରାଧ ଘଟାଇ ଚାଲିଛନ୍ତି। ରକ୍ଷକ ଏଠି ଭକ୍ଷକ ସାଜିଛି। ଗତ ଦୁଇ ଦିନ ତଳେ ଶ୍ରୀକ୍ଷେତ୍ର ପୁରୀ ଠାରେ ପୋଲିସ କ୍ୱାଟରରେ ଯେପରି ଏକ ଝିଅସହ ପୋଲିସ ନାଁ କହି ଦୁଷ୍କର୍ମ କରାଗଲା ତାହା ଅତ୍ୟନ୍ତ ନିନ୍ଦନୀୟ ଏବଂ ଦୁର୍ଭାଗ୍ୟଜନକ। ସେହିପରି ରାଇରଙ୍ଗପୁରଠାରେ ଜଣେ ଅଧ୍ୟାପିକା ଦୁଷ୍କର୍ମର ଶିକାର ହୋଇ ନ୍ୟାୟ ନପାଇ ଆତ୍ମହତ୍ୟା କରି ରାଜ୍ୟସରକାର, ପୋଲିସ ପ୍ରଶାସନ ଏବଂ ଗୃହ ବିଭାଗର ଅପାରଗତାକୁ ସର୍ବସମ୍ମୁଖକୁ ଆଣିଛନ୍ତି। ଏତେ ଘଟଣା ପରେ ବି ନାରୀ ସମ୍ମାନ କଥା ଉଠାଉଥିବା ମୁଖ୍ୟମନ୍ତ୍ରୀ ଚୁପ୍ ବସିଛନ୍ତି। ସରକାରୀ କ୍ୱାଟରରେ କିପରି ଜଣେ ମହିଳାଙ୍କୁ ଦୁଷ୍କର୍ମ କରାଗଲା ଏବଂ ପୋଲିସର ଆଇଡି କାର୍ଡ ଦେଖାଇ ଏତେ ହୀନ କାର୍ଯ୍ୟ ପରେ ମୁଖ୍ୟମନ୍ତ୍ରୀ କାହିଁକି ମୁହଁ ଖୋଲୁନାହାଁନ୍ତି ବୋଲି ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ପ୍ରଭାତି ପରିଡା ପ୍ରଶ୍ନ କରିଛନ୍ତି।

ପୁରୀ ଦୁଷ୍କର୍ମ ପୀଡିତା ମହିଳାକୁ ନ୍ୟାୟ ଦେବା ଏବଂ ମହିଳା ସୁରକ୍ଷା ପାଇଁ ରାଜ୍ୟରେ କଠୋର ଆଇନ ଆଣିବା ଆଦି ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ବାସ ଭବନ ଘେରାଉ କରିଛି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା। ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିବା ପାଇଁ ଆଜି ମହିଳା ମୋର୍ଚ୍ଚା ପକ୍ଷରୁ ଏକ ପ୍ରତିନିଧୀ ଦଳ ନବୀନ ନିବାସ ଗସ୍ତ କଲା ବେଳେ ପୋଲିସ ରାସ୍ତାରେ ବାଧକ ସାଜି ମହିଳାଙ୍କୁ ସେମାନଙ୍କ ନୈତିକ ଅଧିକାରରୁ ବଂଚିତ କରିଛି। ପୁରୀ ଗଣଦୁଷ୍କର୍ମ ଘଟଣାରେ ସମ୍ପୃକ୍ତ ପୋଲିସ ଅଧିକାରୀ ଜଣକ ବହିଷ୍କୃତ ହୋଇଥିଲେ ତାଙ୍କୁ କଣ ଦଣ୍ଡ ଦିଆଯାଇଛି କୁନ୍ଦୁଲି ପୀଡିତା ପରି ଅନେକ ନାବାଳିକା ଦୁଷ୍କର୍ମରେ ଶିକାର ହୋଇ ଆତ୍ମହତ୍ୟା କରୁଛନ୍ତି ସେମାନଙ୍କୁ ନ୍ୟାୟ ଦେବ କିଏ ? ସୁରକ୍ଷା ବିନା ସଶକ୍ତିକରଣର ଅର୍ଥ କଣ ବୁଝାଇବେ କି? ଫାଷ୍ଟଟ୍ରାକ୍ କୋର୍ଟ ଓଡିଶାରେ ଗଠନ ଓ ତ୍ୱରାନ୍ୱିତ ହେଉନାହିଁ କାହିଁକି ଆଦି ଅନେକ ପ୍ରଶ୍ନ ମୁଖ୍ୟମନ୍ତ୍ରୀଙ୍କୁ ମହିଳା ମୋର୍ଚ୍ଚା ପଚାରିଛି। ମଦ ପିଇବା ପରେ ଯଦି ଦୁଷ୍କର୍ମ ହେଉଛି ତେବେ ଓଡିଶାରୁ କେବେ ମଦ ବ୍ୟାନ କରାଯିବ ବୋଲି ଶ୍ରୀମତୀ ପରିଡା ପ୍ରଶ୍ନ କରିଛନ୍ତି।

ଓଡିଶାରେ ଦିନକୁ ପ୍ରାୟ ୬ରୁ ୭ଜଣ ମହିଳା ଯୌନ ନିର୍ଯ୍ୟାତନାର ଶିକାର ହେଉଛନ୍ତି। ସେହିପରି ଗତ ୬ ମାସରେ ୬୦୪ଜଣ ନାବାଳିକା ଦୁଷ୍କର୍ମରେ ଶିକାର ହୋଇଛନ୍ତି ବୋଲି ରାଜ୍ୟସରକାର ନିଜେ ସ୍ୱୀକାର କରିଛନ୍ତି। ସେଥିମଧ୍ୟରୁ ମାତ୍ର ୧୮ ପ୍ରତିଶତ ଲୋକଙ୍କୁ ସଜା ହେବାରୁ ସ୍ପଷ୍ଟ ଜଣାପଡୁଛି କି ପୋଲିସ ପ୍ରଶାସନ ଅପରାଧୀଙ୍କୁ ଧରିବାରେ ସଂପୂର୍ଣ୍ଣଭାବେ ବିଫଳ ହୋଇଛି। ତୁରନ୍ତ ଦୁଷ୍କର୍ମକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନନେବା ସହ ମହିଳା ସୁରକ୍ଷା ଦିଗରେ ମୁଖ୍ୟମନ୍ତ୍ରୀ କଠୋର ଆଇନ ଆଣନ୍ତୁ ବୋଲି ଶ୍ରୀମତୀ ପରିଡା ଦାବି କରିଛନ୍ତି।

ଏହି ଘେରାଉ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ନିୟତି ଗିରି, ସୁଷମା ବିଶ୍ୱାଳ, କସ୍ତୁରୀ ମିଶ୍ର, ପିଙ୍କି ପ୍ରଧାନ, ରଶ୍ମିରେଖା ଦାସ, ପ୍ରତିଭା ଶତପଥୀ, ସୁବାସିନୀ ପୃଷ୍ଟି, ମନ୍ଦାକିନୀ ପାତ୍ର, ଶଶୀ ରଥ, ମଧୁସ୍ମିତା ଖୁଂଟିଆ, ଯାଜ୍ଞସେନୀ ଜେନା, କଳ୍ପନା ପଟ୍ଟନାୟକ, ଜ୍ୟୋତି ମହାପାତ୍ର, ଚିତ୍ରଲେଖା ମହାନ୍ତି, ପ୍ରବିଣା ଭଞ୍ଜଦେଓ, ସୁନନ୍ଦା ଦାସ ପ୍ରମୁଖ ସାମିଲ ଥିଲେ।