ରାଜଧାନୀରେ ପୁଣି ସେକ୍ସ ରାକେଟ ଠାବ

ଭୁବନେଶ୍ଵର,ଏନ୍ଏନ୍ଏସ୍: ପୁଣି ଭୁବନେଶ୍ଵରରେ ଠାବ ହୋଇଛି ସେକ୍ସ ରାକେଟ୍ । ଖଣ୍ଡଗିରି ଅଞ୍ଚଳର ଏମ୍ସ ନଗରର ଥିବା ଏକ ହୋଟେଲରେ ସେକ୍ସ ରାକେଟ ଚାଲିଥିବା ବେଳେ ପୁଲିସ ଖବର ପାଇ ଚଢ଼ଉ କରିଥିଲା। ଏହି ସମୟରେ ପୁଲିସ ୨ ଦଲାଲଙ୍କ ସମେତ ୪ ଗ୍ରାହକଙ୍କୁ ଗିରଫ କରିଛି।

ସେହିପରି ୬ ଜଣ ଦେହଜୀବୀଙ୍କୁ ପୁଲିସ ଉଦ୍ଧାର କରିଛି। ସେମାନେ ସମସ୍ତେ ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି। ତେବେ ଏହି ରାକେଟର ମାଷ୍ଟର ମାଇଣ୍ଡ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାଯାଇଛି। ଏହି ସେକ୍ସ ରାକେଟରେ ହୋଟେଲ ମାଲିକ ସମ୍ପୃକ୍ତ ଅଛନ୍ତି କି ନାହିଁ ତାହା ଜଣା ପଡ଼ିନାହିଁ। ଏହି ଘଟଣା ସମ୍ପର୍କରେ ପୁଲିସ ତଦନ୍ତ ଜାରି ରଖିଥିବା ଜଣାଯାଇଛି।