ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀ ଭୁବନେଶ୍ୱରର ସ୍ୱନାମଧନ୍ୟ ବକ୍ସି ଜଗବନ୍ଧୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଟ୍ରାଫିକ୍ ସଚେତନତା ଦିବସ ଉପଲକ୍ଷେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଟ୍ରାଫିକ୍ ଡି.ସି.ପି, ଆଇ.ପି.ଏସ୍. କୁମାରୀ ସାଗରିକା ନାଥ ଯୋଗଦେଇ ଟ୍ରାଫିକ୍ ନିୟମ କାନୁନ ସମ୍ପର୍କରେ ଅବଗତ କରାଇବା ସହ ନିଜେ ସଚେତନ ନହେଲେ, ନକରାଇଲେ କେଉଁ କେଉଁ ଅସୁବିଧା ହୁଏ ସେ ସମ୍ପର୍କରେ ପିଲାମାନଙ୍କୁ କହିଥିଲେ।
ଅନ୍ୟତମ ଅତିଥି ଭାବେ ଟ୍ରାଫିକ୍ ଏ.ସି.ପି. ଶ୍ରୀଯୁକ୍ତ କିଶୋର କୁମାର ପାଣିଗ୍ରାହୀ ଓ ଶ୍ରୀଯୁକ୍ତ ସ୍ୱସ୍ତିକ ପଣ୍ଡା, ବରଗଡ଼ ଥାନାର ଆଇ.ଆଇ.ସି. ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ସ୍ୱାଇଁ, ବିଦ୍ୟାଳୟ ପରିଚାଳନା କମିଟିର ଚେୟାରମ୍ୟାନ୍ ଶ୍ରୀଯୁକ୍ତ ରଘୁନାଥ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।
