ଭୁବନେଶ୍ୱର, ଏନ୍ଏନ୍ଏସ୍ : ଭୁବନେଶ୍ୱର ଇସ୍କନ ମନ୍ଦିର ପରିସରରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମନ୍ଦିର ମଧ୍ୟରେ ଥିବା ଶୌଚାଳୟରୁ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ଗଞ୍ଜାମ ଜିଲ୍ଲା ଶେରଗଡର ବାବୁ ସାହୁ । ତାଙ୍କ ବୟସ ୪୮ବର୍ଷ ହେବ ।
ସୂଚନା ଅନୁଯାୟୀ, ଇସ୍କନ ମନ୍ଦିର ବେଢ଼ା ଭିତର ଭୋଜନାଳୟରେ ସେ ସୁଇପର ଭାବେ କାମ କରୁଥିଲେ ବାବୁ । ସେ ୧୮ ତାରିଖରୁ ଛୁଟିରେ ଥିଲେ । ରବିବାର ମନ୍ଦିର ପରିସରରେ ସର୍ବସାଧାରଣଙ୍କ ପାଇଁ ଥିବା ଶୌଚାଳୟରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ତେବେ ଏହା ଆତ୍ମହତ୍ୟା ନା ହତ୍ୟା ଜଣାପଡିନାହିଁ । ନୟାପଲ୍ଲୀ ପୁଲିସ ଓ ସାଇଣ୍ଟଫିକଟିମ ଘଟଣା ସ୍ଥଳରେ ପହଞ୍ଚିଛି । ସିସିଟିଭି ଫୁଟେଜ ଅନୁଧ୍ୟାନ ପରେ ଅଧିକ ତଥ୍ୟ ଜଣାପଡ଼ିବ ବୋଲି ପୁଲିସ କହିଛି ।