ରେସକ୍ୟୁ ଅପରେଶନ ସଫଳ, ସୁରକ୍ଷିତ ଭାବେ ଉଦ୍ଧାର ହେଲେ ଯୁବକ ରାଜ୍ୟ By Nitidin Last updated Nov 22, 2019 Share ଭୁବନେଶ୍ୱର,ଏନ୍ଏନ୍ଏସ୍: ଦୀର୍ଘ ଘଣ୍ଟା ଧରି ଅପରେସନ ଜାରି ରଖି ବ୍ରୁଣ୍ଟୋ ସ୍କାଏ ଲିଫ୍ଟ ସାହାର୍ଯ୍ୟରେ ଅଗ୍ନିଶମ ବାହିନୀ ତାଙ୍କୁ ଉଦ୍ଧାର କଲେ। ତେବେ ସେ ନିଜ ଇଚ୍ଛାରେ ତଳକୁ ଆସି ନଥିବା ବେଳେ ତାଙ୍କୁ ଅଗ୍ନିଶମ ବାହିନୀ ଚତୁରତାର ସହ ଉଦ୍ଧାର କରିଛନ୍ତି। ସେଠାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ମେଡ଼ିକାଲ ନିଆଯାଇଥିବା ଜଣାଯାଇଛି। ବ୍ୟକ୍ତିଙ୍କ ନାମ ସୁବୋଧ ବାରିକ୍ ଓରଫ୍ ତପନ ଏବଂ ତାଙ୍କ ଘର କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ବୋଲି ଜଣାପଡ଼ିଛି। ସେ ପୋଷ୍ଟ ମାଷ୍ଟର ଚାକିରୀ କରିଥିଲେ। ଚାକିରୀରୁ ଛଟେଇ ପରେ ମାନସିକ ଅବସ୍ଥା ଭଲ ନ ଥିବାରୁ ଏଭଳି ପଦକ୍ଷେପ ନେଇଥିବା କୁହାଯାଇଛି। ସୂଚନା ଅନୁସାରେ ଭୁବନେଶ୍ୱରର ବାଣୀବିହାରସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଆଜି ଜଣେ ଯୁବକଙ୍କ ଉନ୍ମୋଦ କାଣ୍ଡ ଦେଖିବାକୁ ମିଳିଥିଲା। ସମ୍ପୃକ୍ତ ଯୁବକ ଜଣଙ୍କ ଶୁକ୍ରବାର ମଧ୍ୟାହ୍ନରେ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ପରିଜା ଲାଇବ୍ରେରୀର ଛାତ ଉପରକୁ ଚଢ଼ି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଗ୍ନିଶମବାହିନୀକୁ ଖବର ଦେଇଥଥିଳେ। ତେବେ ଘଟଣାସ୍ଥଳରେ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ୟ୍ୟ ଆରମ୍ଭ କରଥିଳେ। ତେବେ ଦୀର୍ଘ ଘଣ୍ଟାର ରେସକ୍ୟୁ ଅପରେଶନ ପରେ ତାଙ୍କୁ ବ୍ର୍ରୁଣ୍ଟୋ ସ୍କାଏ ଲିଫ୍ଟ ସାର୍ଯ୍ୟରେ ଉଦ୍ଧାର କରାଯଇଛି। ଏହି ପରିପ୍ରେକ୍ଷୀରେ ୨ଟି ବ୍ର୍ରୁଣ୍ଟ ସ୍କାଏ ଲିଫ୍ଟ ନିୟୋଜିତ ହୋଇଥିଲେ। Share