Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ସ୍ଥଳଭାଗରେ ମାଡ଼ ହେଲା ‘ବୁଲବୁଲ୍’ : ବୋହିଲା ୧୪୫ କିମି ବେଗରେ ପବନ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ସ୍ଥଳଭାଗରେ ମାଡ଼ ହେଲା ‘ବୁଲବୁଲ୍’ : ବୋହିଲା ୧୪୫ କିମି ବେଗରେ ପବନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଅତି ଭୟଙ୍କର ରୂପ ଧାରଣ କରିଥିବା ବୁଲବୁଲ ପଶ୍ଚିମବଙ୍ଗ ବାଂଲାଦେଶ ମଧ୍ୟଭାଗରେ ସ୍ଥଳଭାଗ ଛୁଇଁଛି। ସାଗର ଦୀପଠାରୁ ୪୦ କିମି ଦୁରରେ ଥିବା ବେଳେ ଦୀଘାଠାରୁ ୮୫ କିମି ଦୁରରେ ରହି ଏହାର ଲ୍ୟଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତେବେ ଏହା ପ୍ରଭାବରେ ବାଂଲାଦେଶ ସମେତ ପଶ୍ଚିମବଙ୍ଗର ଅଧିକାଂଶ ଅଞ୍ଚଳରେ ପ୍ରବଳ ବର୍ଷା ପବନ ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି କୋଲକତା ବିମାନବନ୍ଦରରେ ବିମାନ ଚଳାଚଳକୁ ସ୍ଥଗିତ କରାଯାଇଥିବା ବେଳେ ବାଂଲାଦେଶରେ ଲକ୍ଷାଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

ତେବେ ଏହା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହେବା ପରେ ପବନର ବେଗ ବୃଦ୍ଧି ପାଇ ଘଣ୍ଟାପ୍ରତି ୧୧୫-୧୨୫ କିମି ପର୍ଯ୍ୟନ୍ତ ରହଥିଲା। ବେଳେ ବେଳେ ଏହା ୧୪୫ କିମି ପର୍ଯ୍ୟନ୍ତ ମଧ୍ୟ ବୃଦ୍ଧି ପହଞ୍ଚଥିଲା । ଏହି ପ୍ରକ୍ରିୟା ପ୍ରାୟ ୩-୪ ଘଣ୍ଟା ପର୍ଯ୍ୟନ୍ତ ଭୀଷଣ ଭାବେ ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଥିବା ବେଳେ ଏହି ସମୟରେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ବର୍ଷା ପବନ ହେବାନେଇ ମଧ୍ୟ ଆଗୁଆ ସତର୍କ ସୂଚନା ଜାରି ହୋଇଥିଲା। ପଶ୍ଚିମବଙ୍ଗ ଓ ବାଂଲାଦେଶ ମଧ୍ୟଭାଗରେ ଥିବା ସୁନ୍ଦର ବନରେ ଏହି ବାତ୍ୟା ସ୍ଥଳଭାଗକୁ ଛୁଇଁବ ବୋଲି ପୂର୍ବରୁ ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଥିଲା।

ତେବେ ଓଡ଼ିଶାରେ ଏହା ପ୍ରକୋପ ସନ୍ଧ୍ୟା ପର୍ଯ୍ୟନ୍ତ ରହିଥିଲା। ମୟୂରଭଞ୍ଜରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ବର୍ଷା ଲାଗି ରହିଥିବା ସହ ରବିବାର ମଧ୍ୟ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହ ପୁର ଜିଲ୍ଲାରେ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବନୁମାନ କରାଯାଇଛି। ଅନ୍ୟପକ୍ଷରେ ବାତ୍ୟାଟି ଶନିବାର ସନ୍ଧ୍ୟା ୭ଟାରୁ ରାତି ୧୧ଟା ମଧ୍ୟରେ ସୁନ୍ଦର ବନରେ ସ୍ଥଳଭାଗକୁ ଛୁଇଁବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଥିବା ବେଳେ ସନ୍ଧ୍ୟାପରେ ଓଡ଼ିଶାରେ ପବନର ବେଗ କମିଯିବା ସହ ସ୍ଥିତି ଧିରେ ଧିରେ ସ୍ୱାଭାବିକ ହେବ ବୋଲି ଏସ୍ଆରସି ପ୍ରଦୀପ ଜେନା ସୂଚନା ଦେଇଥିଲେ।

ବାତ୍ୟାଟି ସକାଳ ୫.୩୦ ସୁଦ୍ଧା ପାରାଦୀପର ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ ୧୧୦ କି.ମି. ଦୂରରେ ରହି କେନ୍ଦ୍ରୀଭୂତ ହୋଇଥିଲା। ସେତେବେଳେ ଏହା ଣ୍ଟାପ୍ରତି ୧୩ କିମି ବେଗରେ ଉତ୍ତର ଦିଗକୁ ଗତି କରିଥିଲା। ଏହା କ୍ରମଶଃ ଅଗ୍ରସର ହେବା ସହିତ ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳସ୍ଥ ସୁନ୍ଦରବନ ତ୍ରିକୋଣଭୂମି ଆଡ଼କୁ ମୁହାଁଥିଲା। ପ୍ରଫସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ, ଆକଳ ପଥରୁ ବିଚ୍ୟୁତ ହୋଇ ବାତ୍ୟାଟି ଉତ୍ତର ଉତ୍ତର ପଶ୍ଚିମ ଦିଗରେ ଗତି କରିବାରୁ ଓଡ଼ିଶାର ଅଧିକ ନିକଟତର ହୋଇଥିଲା। ଫଳରେ ଓଡ଼ିଶାରେ ଅକଳନଠାରୁ ଅଧିକ ପ୍ରଭାବ ପଡ଼ି ବର୍ଷା ପବନ ହୋଇଥିଲା।

ଅନ୍ୟପକ୍ଷରେ ବାତ୍ୟଟି ଲ୍ୟାଣ୍ଡଫଲ କରିବା ପରେ ପ୍ରାୟ ୬ ଘଣ୍ଟା ପର୍ଯ୍ୟନ୍ତ ଏହାର ପ୍ରବଳ ପ୍ରଭାବ ରହିବ। ଏହାସହିତ ଏହା ୨୪ ଘଣ୍ଟା ପର୍ଯ୍ୟନ୍ତ ସମ୍ପୃକ୍ତ ଅଞ୍ଚଳରେ ବର୍ଷା ପବନ କରାଇବ। ସମ୍ପୃର୍ଣ୍ଣ ଦୁର୍ବଳ ହେବା ପାଇଁ ସମୟ ଆବଶ୍ୟକ ହେଉଥିବାରୁ ସ୍ଥଳଭାଗ ଛୁଇଁଥିବା ଅଞ୍ଛଳଗୁଡ଼ିକରେ ୧୨ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳ ବର୍ଷା ଲାଗି ରହିବ। ତେବେ ପୁଣି ଓଡ଼ିଶାରେ ସୋମବାରଠାରୁ ଉପକୂଳ ଅଞ୍ଚଳରେ ପାଗ ଆଂଶିକ ମେଘୁଆ ରହିବା ସହିତ କାଁ ଭାଁ ବର୍ଷା ହେବ। ବର୍ତ୍ତମାନ ସ୍ଥଳଭାଗ ସମେତ ଜଳଭାଗରେ ମଧ୍ୟ ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ରବିବାର ପର୍ଯ୍ୟନ୍ତ ସମୁଦ୍ର ମନା ହୋଇଛି।