Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ପ୍ରବଳ ଗ୍ରୀଷ୍ମ ହେବ କାଳ; ୨୧୦୦ ମସିହା ସୁଦ୍ଧା ଓଡ଼ିଶାରେ ପ୍ରତିବର୍ଷ ୪୨ ହଜାର ଲୋକଙ୍କ ମୃତ୍ୟୁ ଅନୁମାନ: ସର୍ଭେ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ପ୍ରବଳ ଗ୍ରୀଷ୍ମ ହେବ କାଳ; ୨୧୦୦ ମସିହା ସୁଦ୍ଧା ଓଡ଼ିଶାରେ ପ୍ରତିବର୍ଷ ୪୨ ହଜାର ଲୋକଙ୍କ ମୃତ୍ୟୁ ଅନୁମାନ: ସର୍ଭେ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଯଦି ବର୍ତମାନର ହାରରେ ଗ୍ରିନହାଉସ ଗ୍ୟାସ ନିର୍ଗମନ ଚଳିତ ଶତାବ୍ଦୀ ଶେଷ ପର୍ୟ୍ୟନ୍ତ ଜାରି ରହିବ ତେବେ ଓଡ଼ିଶାରେ ଅତ୍ୟଧିକ ଗରମ ଦିନ ସଂଖ୍ୟାରେ ୩୦ ଗୁଣା ବୃଦ୍ଧି ଘଟି ୨୧୦୦ ସୁଦ୍ଧା ୪୮.୦୫କୁ ବୃଦ୍ଧି ପାଇବ ବୋଲି ଅ।କଳନ କରାଯାଇଛି ଯାହା ୨୦୧୦ରେ ୧.୬୨ ରହିଥିଲା । ସମଗ୍ର ଭାରତରେ, ଅତ୍ୟଧିକ ଗରମ ଦିନ ସଂଖ୍ୟା ଆଠ ଗୁଣ ବୃଦ୍ଧି ପାଇ ୫.୧(୨୦୧୦)ରୁ ୪୨.୮ (୨୧୦୦ ସୁଦ୍ଧା)ରେ ପହଚିଂବ ବୋଲି ଆଜି ଭୁବନେଶ୍ୱରରେ ଉନ୍ମୋଚନ କରାଯାଇଥିବା ଏକ ନୂତନ ସର୍ବେକ୍ଷଣ ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

କ୍ଲାଇମେଟ ଇମ୍ପାକ୍ଟ ଲ୍ୟାବ ପକ୍ଷରୁ ୟୁଚିକାଗୋର ଟାଟା ସେଂଟର ଫର ଭେଲପମେଂଟ ସହଯୋଗରେ କରାଯାଇଥିବା ଭାରତରେ ଜଳବାୟୁ ପରିବର୍ତନ ଓ ପାଣିପାଗ ଝଟକା ଜନିତ ମନୁଷ୍ୟ ଓ ଅର୍ଥନେତିକ କ୍ଷତିକୁ ନେଇ ପ୍ରସ୍ତୁତ କରାଯାଉଥିବା ଆକଳନ ସିରିଜ ମଧ୍ୟରୁ ଏହା ହେଉଛି ପ୍ରଥମ ସର୍ବେକ୍ଷଣ ରିପୋର୍ଟ । ଅତ୍ୟଧିକ ଅଙ୍ଗାରକାମ୍ଳ ନିର୍ଗମନ ସ୍ଥିତିରେ, ରାଜ୍ୟରେ ହାରାହାରି ଗ୍ରୀଷ୍ଣ ତାପମାତ୍ରା ଯାହା ୨୦୧୦ରେ ୨୮.୮୭ ଡିଗ୍ରି ସେଲସିଅସ ଥିଲା ତାହା ୨୧୦୦ ସୁଦ୍ଧା ୩୨.୧୯ ଡିଗ୍ରି ସେଲସିଅସକୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି । ଏହା ଜାତୀୟ ହାର ଠାରୁ ବହୁତ ଅଧିକ । ଜାତୀୟ ସ୍ତରରେ ଏହି ହାର ବର୍ତମାନର ୨୪ ଡିଗ୍ରି ସେଲସିଅସ ସ୍ତରରୁ ବୃଦ୍ଧି ପାଇ ଶତାବ୍ଦୀ ଶେଷ ସୁଦ୍ଧା ୨୮ ଡିଗ୍ରି ସେଲସିଅସରେ ପହଂଚିବ । ପଡ଼ୋଶୀ ରାଜ୍ୟ ଅ।ନ୍ଧ୍ର ପ୍ରଦେଶ ଏହାର ପାଖାପାଖି ରହିବ, ସେଠାରେ ତାମପାତ୍ରାରେ ୩.୦୭ ଡିଗ୍ରି ସେଲସିଅସ ବୃଦ୍ଧି ହେବ ବୋଲି ଆକଳନ କରାଯାଇଛି ।

ତାପମାତ୍ରାରେ ବୃଦ୍ଧି ଯୋଗୁ ଓଡ଼ିଶାରେ ୪୨,୩୩୪ ଜଳବାୟୁ ଜନିତ ମୃତ୍ୟୁ ଦେଖିବାକୁ ମିଳିବ ବୋଲି ଆକଳନ କରାଯାଇଛି । ପ୍ରତିବର୍ଷ ହୃଦଘାତରେ ରାଜ୍ୟରେ ଯେତିକି ମୃତ୍ୟୁ ହେଉଛି ଏହାର ତାହାର ପାଂଚ ଗୁଣାରୁ ଅଧିକ ହେବ । ଅତ୍ୟଧିକ ତାପମାତ୍ରା ଯୋଗୁ ହେବାକୁ ଥିବା ସମୁଦାୟ ୧,୫୪୩,୭୦୮ ମୃତ୍ୟୁର ୬୪% ଛଅଟି ରାଜ୍ୟ, ଉତର ପ୍ରଦେଶ (୪୦୨,୨୮୦), ବିହାର (୧୩୬,୩୭୨), ରାଜସ୍ଥାନ (୧୨୧,୮୦୯), ଆନ୍ଧ୍ର ପ୍ରଦେଶ (୧୧୬,୯୨୦), ମଧ୍ୟପ୍ରଦେଶ(୧୦୮,୩୭୦) ଓ ମହାରାଷ୍ଟ୍ର (୧୦୬,୭୪୯)ରେ ଘଟିବ ବୋଲି ଅ।କଳନ କରାଯାଇଛି । ୨୦୧୦ରୁ ୨୦୧୮ରେ ଗ୍ରୀଷ୍ଣ ପ୍ରବାହ ଯୋଗୁ ଭାରତରେ ୬୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ସେଥି ମଧ୍ୟରୁ ୯୦%ରୁ ଅଧିକ ମୃତ୍ୟୁ ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା ଓ ପଶ୍ଚିମବଙ୍ଗରେ ଘଟିଥିଲା ।

ମାଇକେଲ ଗ୍ରିନଷ୍ଟୋନ, ଫାକଲଟି ନିର୍ଦେଶକ, ଟାଟା ସେଂଟର ଫର ଡେଭେଲପମେଂଟ, ୟୁଚିକାଗୋ ଏବଂ ସହ-ପ୍ରତିଷ୍ଠାତା,କ୍ଲାଇମେଟ ଇଂପାକ୍ଟ ଲ୍ୟାବ କହିଛନ୍ତି ଯେ, “ଏହି ର୍ନିଯ୍ୟାସରୁ ଏହା ସ୍ପଷ୍ଟ ହେଉଛି ଯେ ବିଶ୍ୱସ୍ତରୀୟ ଜୀବାଶ୍ମ ଇନ୍ଧନ ଉପରେ ର୍ନିଭରଶୀଳତା ଜାରି ରହିଲେ ତାହା ଆଗାମୀ ବର୍ଷ ଓ ଦଶନ୍ଧୀରେ ଭାରତୀୟଙ୍କ କଲ୍ୟାଣ ପ୍ରତି ବଡ଼ ଧରଣର ବିପଦ ସୃଷ୍ଟି କରିବ । ସେମାନେ ଏକ ଅଭିନବ ଗ୍ରହରୀୟ ରଣନୀତିର ଆବଶ୍ୟକତାକୁ ମଧ୍ୟ ଅଣଦେଖା କରିବେ । ଏହି ବିଶ୍ୱ ସ୍ତରୀୟ ଶକ୍ତି ଅ।ହ୍ୱାନ ଯାହାକୁ ଦେଶଗୁଡ଼ିକ ସନ୍ତୁଳିତ କରିବା କଥା ସେଥିପାଇଁ ସୁଲଭ ଏବଂ ଭରସାଯୋଗ୍ୟ ଶକ୍ତି ଉତ୍ସ ଦରକାର ଯାହା ଅଭିବୃଦ୍ଧି ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ଜଳବାୟୁ ଏବଂ ବାୟୁ ପ୍ରଦୂଷଣ ବିପଦକୁ ପରିଚାଳନା କରିବା ହୁଏତ ଆମ ପିଢ଼ି ପାଇଁ ସବୁଠୁ ବଡ଼ ଆହ୍ୱାନ । “

ର୍ନିଗମନର ପ୍ରଭାବ ଭାରତ ସମେତ ସାରା ବିଶ୍ୱର ସମାଜରେ ବଡ଼ ଧରଣର ରହିବ । କେବଳ ୨୦୧୫ରେ ଭାରତରେ ଗ୍ରୀଷ୍ଣ ପ୍ରବାହ ଯୋଗୁ ୨୫୦୦ ମୃତ୍ୟୁ ଘଟିଥିଲା । ଶୀଘ୍ର ଯଦି କୌଣସି ବିହିତ ପଦକ୍ଷେପ ଗ୍ରହଣ କରାନଯିବ ଏବଂ ଜଳବାୟୁ ପରିବର୍ତନର ଖରାପ ପ୍ରଭାବର ମୁକାବିଲା ଲାଗି ଯଦି ପୁଂଜିନିବେଶ କରାନଯିବ ତେବେ ଭବିଷ୍ୟତ ଆହୁରି ଚିନ୍ତାଜନକ ହୋଇପାରେ ବୋଲି ଅମିର ଜିନା, ଅ।ସିଷ୍ଟାଂଟ ପ୍ରଫେସର, ହାରିସ ପବ୍ଲିକ ପଲିସି ଓ ଗବେଷକ, କ୍ଲାଇମେଟ ଇମ୍ପାକ୍ଟ ଲ୍ୟାବ କହିଛନ୍ତି ।

ଏହି ରିପୋର୍ଟ ଉପସ୍ଥାପନ କରାଯିବା ପରେ ଓଡ଼ିଶାରେ ଜଳବାୟୁ ପରିବର୍ତନ ଓ ଅତ୍ୟଧିକ ଜଳବାୟୁ ସ୍ଥିତିର ପ୍ରଭାବ ଉପରେ ଏକ ପ୍ୟାନେଲ ଅ।ଲୋଚନା ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ୟାନେଲିଷ୍ଟ ଭାବେ ସାମିଲ ହୋଇଥିଲେ ନାୟକ ଓ ଅମିରଙ୍କ ସମେତ ଶ୍ରୀଜିତ ମିଶ୍ର, ନିର୍ଦେଶକ, ନବକୃଷ୍ଣ ଚେଧୁରୀ ସେଂଟର ଫର ଡେଭେଲପମେଂଟ ଷ୍ଟଡିଜ ଓ ଅମ୍ବରିଶ ଦତା, ଅ।ସୋସିଏଟ ପ୍ରଫେସର, ଇଣ୍ଡିଅ।ନ ଇନଷ୍ଟିଚ୍ୟୁଟ ଅଫ ପବ୍ଲିକ ହେଲଥ, ଭୁବନେଶ୍ୱର, ପବ୍ଲିକ ହେଲଥ ଫାଉଣ୍ଡେସନ ଅଫ ଇଣ୍ଡିଅ। ।

ଜଳବାୟୁ ପରିବର୍ତନ କିଭଳି ଭବିଷ୍ୟତରେ ଓଡ଼ିଶାକୁ ପ୍ରଭାବିତ କରିବ ତାହା ଉପରେ ଏହି ଅ।ଲୋଚନାରେ ଗୁରୁତ୍ୱାରୋପ କରାଯାଇଥିଲା । ଜଳବାୟୁ ପରିବର୍ତନ ଓ ଅତ୍ୟଧିକ ପାଣିପାଗର ପ୍ରଭାବକୁ ପ୍ରତିହତ କରିବା ଲାଗି ସବୁ କ୍ଷେତ୍ର ଓ ଗୋଷ୍ଠୀ ପାଇଁ ଜଳବାୟୁ ପ୍ରତିରୋଧୀ ବ୍ୟବସ୍ଥା କରିବା କରିବା ଲାଗି ଅ।ଲୋଚନାରେ ମତ ପ୍ରକାଶ ପାଇଥିଲା ।