ଅନୀଲ ଖାଇଥିଲେ ସତର ଚାପୁଡ଼ା

ଗୋଟିଏ ଦୁଇଟି ନୁହେଁ, ଲୋକପ୍ରିୟ ବଲିଉଡ୍ କଳାକାର ଅନୀଲ କପୁର ଖାଇଥିଲେ ସତରଟି ଚାପୁଡ଼ା। କାହାଠୁ ଜାଣନ୍ତି? ସହ-କଳାକାର ତଥା ଏକାଧିକ ଫିଲ୍ମରେ ତାଙ୍କର ବଡ଼ଭାଇ ଚରିତ୍ର ନିର୍ବାହ କରିଥିବା ଜ୍ୟାକି ଶ୍ରଫଙ୍କଠାରୁ। ହଁ, ଏକ ଭିଡିଓ କ୍ଲିପ୍ ରେ ଏକଥା ଖୋଲି କହିଛନ୍ତି ଜ୍ୟାକି ଶ୍ରଫ। ସ୍ମରଣଯୋଗ୍ୟ, ୩୦ ବର୍ଷ ତଳେ କ୍ଲାସିକ୍ ହିନ୍ଦୀ ଫିଲ୍ମ ‘ପରିନ୍ଦା’ ଆସିଥିଲା ପ୍ରେକ୍ଷାଳୟକୁ। ଏ ସିନେମାରେ ଅଭିନୟ କରିଥିଲେ ଅନୀଲ କପୁର, ଜ୍ୟାକି ଶ୍ରଫ, ମାଧୁରୀ ଦୀକ୍ଷିତ ଓ ନାନା ପାଟେକର। ଫିଲ୍ମକୁ ୩୦ ବର୍ଷ ପୂରିବା ଅବସରରେ ଏ ଫିଲ୍ମର ଲେଖକ ତଥା ନିର୍ଦ୍ଦେଶକ ବିଧୁ ବିନୋଦ ଚୋପ୍ରା ତାଙ୍କର ଟ୍ୱିଟର ହ୍ୟାଣ୍ଡଲରୁ ଏକ ଭିଡିଓ କ୍ଲିପ ସେୟାର କରିଛନ୍ତି।

ଏହି ଭିଡିଓରେ ‘ପରିନ୍ଦା’ ଫିଲ୍ମର କଳାକାରମାନେ ଭିନ୍ନ ଭିନ୍ନ ରୋଚକ ଘଟଣା ବାବଦରେ ଆଲୋଚନା କରୁଥିବା ଦେଖିବାକୁ ମିଳୁଛି। ଜ୍ୟାକି ଏଥିରେ କହୁଛନ୍ତି ଯେ, ଫିଲ୍ମ ସୁଟିଂବେଳେ ଅନୀଲ କପୁରଙ୍କୁ ସତର ଥର ଚାପୁଡ଼ା ମାରିବାକୁ ପଡ଼ିଥିଲା। କାରଣ ମିଛିମିଛିକା ଚାପୁଡ଼ାରେ ଅନୀଲ ରିଏକ୍ସନ ଦେଖାଇ ପାରୁନଥିଲେ। ତେଣୁ ତାଙ୍କୁ ସତସତିକା ଚାପୁଡ଼ା ମାରିବାକୁ ପଡ଼ିଥିଲା। ଏହି ଭିଡିଓଟିକୁ ନେଇ ଏବେ ଢେର୍ ଚର୍ଚ୍ଚା ଚାଲିଛି।