ମହାବାତ୍ୟା@୨୦: ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନରେ ଓଡିଶା ଏକ ମାଇଲଖୁଣ୍ଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଇତିମଧ୍ୟରେ ମହାବତ୍ୟାକୁ ପୁରିଛି ୨୦ ବର୍ଷ। ଆଜିର ୧୯୯୯ ମସିହା ଆଜିର ଦିନରେ ଓଡିଶାରେ ତାଣ୍ଡବଳୀଳା ରଚିଥିଲା ମହାବାତ୍ୟା। ଏହି ଦିନକୁ ମନେ ପକାଇ ପ୍ରତିବର୍ଷ ବିପର୍ଯ୍ୟୟ ଦିବସ ପାଳନ କରିବା ସହ ଅତୀତ ଦୁର୍ବିପାକର ଘଟଣାବଳୀକୁ ସ୍ମୁତିଚାରଣ କରାଯାଏ।

ଏହି କ୍ରମରେ ମଂଗଳବାର ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ଓଡିଶା ବିପର୍ଯ୍ୟୟ ଦିବସ ପାଳନ ହୋଇଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ କହିଥିଲେ ଯେ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନରେ ଓଡିଶା ଏକ ମାଇଲ ଖୁଣ୍ଟ। ଦୃଢ଼ ଓ ସଂକଳ୍ପ ଓ ଏକତା ପାଇଁ ସେ ଓଡିଶାବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି। ଏହାସହ ସେ ବିପର୍ଯ୍ୟୟ ନିରୋଧୀ କେନ୍ଦ୍ର କରାଯାଉଛି ବୋଲି ସେ କହିଥିଲେ।