Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ

ରାମନାଗୁଡ଼ା,ଏନ୍‌ଏନ୍‌ଏସ୍‌: ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ଥାନା ସଦରସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନିକଟରେ ଥିବା ପାଠାଗାର ସମ୍ମୁଖରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ସ୍ଥାନୀୟ ତାମ୍ପରଗୁଡ଼ା କଲୋନୀର ସୀମାଦ୍ରୀ ମାଣ୍ଡାଙ୍ଗି(୩୮) । ମିଳିଥିବା ରିପୋର୍ଟ ମୁତାବକ, ସିମାଦ୍ରୀ ପ୍ରତିଦିନ ଭୋରରୁ ନିଜ ଘରଠାରୁ ଧାନ ଜମିକୁ ଯାଇ ସେଠାରୁ ପ୍ରାୟ ସକାଳ ୭ଟାରେ ଘରକୁ ଫେରିବା ସମୟରେ ମେଡିକାଲ ନିକଟ ପାଠାଗାର ସମ୍ମୁଖରେ ୩୨୬ ନମ୍ବର ଜାତୀୟ ରାଜପଥ କଡ଼ରେ ଅଜଣା ଗାଡ଼ି ଧକ୍କା ଦେଇ ଚାଲିଯିବାରୁ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ଖବର ପାଇ ଉତ୍ତ୍ୟକ୍ତ ଲୋକେ କ୍ଷତିପୂରଣ ଦାବୀ କରି ୩୨୬ ନମ୍ବର ଜାତୀୟ ରାଜପଥ ରାସ୍ତା ଅବରୋଧ କରିଥିବାବେଳେ ଖବର ପାଇ ଘଟଣାସ୍ଥଳରେ ମାଜିଷ୍ଟ୍ରେଟ ଭାବେ ତହସିଲଦାର ନିର୍ମଳ ଚନ୍ଦ୍ର ସାହୁ ଓ ଥାନା ସେକେଣ୍ଡ ଅଫିସର ବାବୁଲା ପ୍ରଧାନ ସଦଳବଳେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା । ଘଟଣାସ୍ଥଳରେ ଜିଲ୍ଲା କଂଗ୍ରେସ ସଭାପତି ବିଜୟ କୁମାର ଗମାଙ୍ଗ, ବିଧାୟକ ପ୍ରାର୍ଥୀ ସତ୍ୟଜିତ ଗମାଙ୍ଗ, ଜିଲ୍ଲା ପରିଷଦ ସଭ୍ୟ ତାଙ୍ଗୁଡୁ ଶ୍ରୀଧର, ବିଜେଡି ଯୁବ ନେତା ସଞ୍ଜୟ କୁମାର ପ୍ରଧାନ, କମଳ ଲୋଚନ ମୁଟିକା, ମକର ଧ୍ୱଜ ଧୋବା, ହେମାରାଓ କଂସ ବେହେରା, ଦିଲ୍ଲୀପ ନାୟକ ବେହେରା, ଅମିତ କୁମାର ମହାରଣା, ଜିଲ୍ଲା କଂଗ୍ରେସ ଉପସଭାପତି ନବୀନ ନାୟକ ବେହେରା, ବ୍ଲକ କଂଗ୍ରେସ ସଭାପତି ବାଞ୍ଛାନିଧି ବେହେରା ଓକଂଗ୍ରେସ କର୍ମୀ ହୃଷିକେଶ ପାତ୍ର ପ୍ରମୁଖ ଉପସ୍ଥିତ ରହି ଶୋକସନ୍ତପ୍ତ ପରିବାରକୁ ଶାନ୍ତ୍ୱନା ଦେଇଥିଲେ । ଏହି ଦୁର୍ଘଟଣାଜନିତ ଖବର ପାଇ ସଙ୍ଗେ ସଙ୍ଗେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ, ତହସିଲଦାର ନିର୍ମଳ ଚନ୍ଦ୍ର ସାହୁ , ପାରୀକ୍ଷିତି ସରପଞ୍ଚ ସୂର୍ଯ୍ୟରାଓ କୁମ୍ବ୍ରିକା, ସମିତି ସଭ୍ୟା ଲକ୍ଷ୍ମୀ କାଡ୍ରାକା, ହରିଶ୍ଚନ୍ଦ୍ର ଯୋଜନାରେ ୩ ହଜାର ଟଙ୍କା ସହ ରେଡକ୍ରସ ପାଣ୍ଠିରୁ ୧୦ହଜାର ଟଙ୍କା ମୃତ ବ୍ୟକ୍ତିଙ୍କ ବାପା ଏବଂ ସ୍ତ୍ରୀଙ୍କୁ ପ୍ରଦାନ କରିବା ସହ ଅଜଣା ଗାଡ଼ି ଧକ୍କାରେ ମୃତ୍ୟୁବରଣ କରିଥିବାରୁ ସରକାରୀ ନିୟମ ଅନୁଯାୟୀ ୨ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ଜିଲ୍ଲା ପରିବହନ ଅଧିକାରୀ ଶିବ ଶଙ୍କର ଚୌଧୁରୀ ଜଣାଇଥିବା ତହସିଲଦାର ଶ୍ରୀ ସାହୁ କହିଛନ୍ତି ।