Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
୩୦୦ ୟୁନିଟ ମାଗଣା ବିଜୁଳି ଓ ୩ ହଜାର ଟଙ୍କା ରୋଜଗାର ଭତ୍ତା ଗ୍ୟାରେଣ୍ଟି ଦେଲା ଆପ୍‌ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

୩୦୦ ୟୁନିଟ ମାଗଣା ବିଜୁଳି ଓ ୩ ହଜାର ଟଙ୍କା ରୋଜଗାର ଭତ୍ତା ଗ୍ୟାରେଣ୍ଟି ଦେଲା ଆପ୍‌

ଛତିଶଗଡ଼: ଛତିଶଗଡ଼ରେ ବିଧାନସଭା ନିର୍ବାଚନ ପୂର୍ବରୁ ସମସ୍ତ ରାଜନୈତିକ ଦଳ ଓ ନେତା ଜୋରଦାର ପ୍ରସ୍ତୁତି ଚଲାଇଛନ୍ତି। ଇତିମଧ୍ୟରେ ଆମ ଆଦମି ପାର୍ଟି ମଧ୍ୟ ପ୍ରସ୍ତୁତି ଚଲାଇଛି । ଏହିକ୍ରମେ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଛତିଶଗଡ଼ ପହଞ୍ଚିଛନ୍ତି । ନିର୍ବାଚନ ପୂର୍ବରୁ ଛତିଶଗଡ଼ବାସୀଙ୍କୁ କେଜ୍ରିୱାଲ ଅନେକ ପ୍ରତିଶ୍ରୁତି ଦେଇଛନ୍ତି । ଏଥିରେ ରୋଜଗାର, ବିଜୁଳି, ମହିଳା, ଶିକ୍ଷା ଓ ସ୍ୱାସ୍ଥ୍ୟ ପ୍ରମୁଖ ସାମିଲ ରହିଛି ।

ସମସ୍ତ ବେରୋଜଗାରଙ୍କୁ ରୋଜଗାର ପ୍ରଦାନ କରାଯିବ । ଯେପର୍ଯ୍ୟନ୍ତ ଚାକିରି ମିଳିନି ମାସକୁ ୩ ହଜାର ଟଙ୍କା ବେରୋଜଗାର ଭତ୍ତା ମିଳିବ । ପାଖାପାଖି ୧୦ ଲକ୍ଷ ବେରୋଜଗାରୀଙ୍କୁ ସରକାରୀ ଚାକିରିରେ ଭର୍ତ୍ତି କରାଯିବ । ଦିଲ୍ଲୀ ଓ ପଞ୍ଜାବ ଭଳି ଛତିଶଗଡ଼ରେ ପ୍ରତି ମାସ ପ୍ରତ୍ୟେକ ଘରକୁ ୩୦୦ ୟୁନିଟ ବିଜୁଳି ମାଗଣାରେ ଦିଆଯିବ । ପ୍ରତି ଗାଁ ଓ ସହରରେ ୨୪ ଘଣ୍ଟା ବିଜୁଳି ଉପଲବ୍ଧ ହେବ । ଆମ ଆଦମି ପାର୍ଟି ସରକାର ଗଠନ କଲେ ପୁରୁଣା ବକେୟା ଘରୋଇ ବିଲ୍ ଛାଡ଼ କରାଯିବ । ୧୮ ବର୍ଷରୁ ଅଧିକ ସମସ୍ତ ମହିଳାଙ୍କୁ ମାସିକ ସ୍ତ୍ରୀ ସମ୍ମାନ ରାଶି ବାବଦକୁ ହଜାରେ ଟଙ୍କା ପ୍ରଦାନ କରାଯିବ । ଛତିଶଗଡ଼ର ପ୍ରତ୍ୟେକ ଶିଶୁ ମାଗଣାରେ ଶିକ୍ଷାର ସୁବିଧା ପାଇବେ । ସରକାରୀ ସ୍କୁଲ ଭଲ କରାଯିବା ସହ ଘରୋଇ ସ୍କୁଲର ମାସିକ ଦରମା ବଢ଼ାଯିବନି । ଦିଲ୍ଲୀ ଭଳି ଛତିଶଗଡ଼ର ପ୍ରତ୍ୟେକ ନାଗରିକକୁ ମାଗଣା ଓ ଭଲ ଚିକିତ୍ସା ପ୍ରଦାନ କରାଯିବ । ଔଷଧ, ଟେଷ୍ଟ ଓ ଅପରେସନ ଫ୍ରିରେ ହେବ ।