ସମ୍ବଲପୁର,ଏନ୍ଏନ୍ଏସ୍: ବୁର୍ଲା ଭୀମସାରରେ ୨ ଡାକ୍ତରୀ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡୋଗଳ ହୋଇଛି । ଭୀମାସାର ଛାତ୍ର ଗୋଷ୍ଠୀ ସହ ବ୍ରହ୍ମପୁର ଏମକେସିଜି ଛାତ୍ର ଗୋଷ୍ଠୀ ମୁହାଁମୁହିଁ ହୋଇଥିବା ସୂଚନା ମିଳିଛି । ମିଳିଥିବା ରିପୋର୍ଟ ମୁତାବକ, ଆନ୍ତଃ ମେଡିକାଲ କଲେଜ କ୍ରୀଡ଼ା ଓ ସାଂସ୍କୃତିକ ଉତ୍ସବ ‘ୟୁଫୋରିଆ’ ବୁର୍ଲା ଭୀମସାରରେ ଆୟୋଜିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ଏମକେସିଜି ଛାତ୍ରମାନେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଚାଲିଥିବା ସମୟରେ ବସ ଭିତରେ ଥିବା ଏକ ଛାତ୍ର ଗୋଷ୍ଠୀକୁ ଫାୟର ଏକ୍ସଟିଂଗୁଇସରରେ ମାଡ଼ କରାଯାଇଥିଲା । ବସ ଗେଟ୍ ବନ୍ଦ କରି ଫାୟର ଏକ୍ସଟିଂଗୁଇସର ଛାଡ଼ି ଦେବାରୁ ଗ୍ୟାସ ସସ୍ପର୍ଶରେ ଆସି କିଛି ଛାତ୍ର ଅସୁସ୍ଥ ହୋଇଥିଲେ । ସେମାନଙ୍କୁ ବୁର୍ଲା ଭୀମସାରରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି ।