‘ଓଡିଶା-ମୋ ପରିବାର’ ଶୁଭାରମ୍ଭ, ବିଦେଶରେ ରହୁଥିବା ଓଡିଆମାନଙ୍କୁ ଗୁରୁତ୍ୱ

ଭୁବନେଶ୍ବର:ପରିବେଶ,ସ୍ବାସ୍ଥ୍ୟ ସେବା,ରକ୍ତ ଦାନ ଓ ବିପନ୍ନ ଓଡିଆଙ୍କୁ ଗୁରୁତ୍ୱ ଦେବାପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂତନ ସମାଜ ସେବା କାର୍ୟ୍ୟକ୍ରମ ‘ଓଡିଶା ମୋ-ପରିବାର’ ର ଶୁଭାରମ୍ଭ କରିଛନ୍ତି। ଶୁକ୍ରବାର ମୁଖ୍ୟମନ୍ତ୍ରୀ ଏହି କାର୍ୟ୍ୟକ୍ରମର ଘୋଷଣା କରିଛନ୍ତି। ଅକ୍ଟୋବର ୨ରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଘୋଷଣା କରିଥିଲେ। ଏହି କାର୍ୟ୍ୟକ୍ରମ ମାଧ୍ୟମରେ ବିଦେଶରେ ରହୁଥିବା ଓଡିଆ ମାନଙ୍କୁ ମଧ୍ୟ ଗୁରୁତ୍ବ ଦିଆଯିବ ।

ବିଭିନ୍ନ ସମୟରେ ବିଦେଶରେ ରହୁଥିବା ଓଡିଆମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି , ସେମାନଙ୍କର ବିପଦ ସମୟରେ ସେମାନଙ୍କ ସାଥିରେ ରହି ସେମାନଙ୍କୁ ଓ ତାଙ୍କ ପରିବାରକୁ ସହାୟତା ଯୋଗାଇବା ପାଇଁ ବିଜୁ ଜନତା ଦଳର କର୍ମୀମାନେ କାମ କରିବେ ବୋଲି କହିବା ସହ ବିଜେଡିର ଏହି ପ୍ରୟାସ ରାଜ୍ୟବାସୀଙ୍କୁ ସେବା ଯୋଗାଇବାରେ ସଫଳ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ତେବେ ‘ଓଡିଶା-ମୋ ପରିବାର’ରେ ମୁଖ୍ୟତଃ ୩ଟି ବିଷୟକୁ ଗୁରୁତ୍ୱ ଦିଆଯାଇଛି । ପରିବେଶ, ସ୍ୱାସ୍ଥ୍ୟ ସେବା କଲ୍ୟାଣ ଓ ବିପନ୍ନ ଓଡିଆଙ୍କୁ ସହାୟତା ଉପରେ ଗୁରୁତ୍ୱ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି କାର୍ଯ୍ୟକ୍ରମର ଆବାହକ ଭାବେ ଅରୂପ ପଟ୍ଟନାୟକଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ପିନାକୀ ମିଶ୍ର, ଅଚ୍ୟୁତ ସାମନ୍ତ, ଚନ୍ଦ୍ରଶେଖର ସାହୁ, ଅଚ୍ୟୁତ ନାୟକ, ନଳିନୀକାନ୍ତ ପ୍ରଧାନଙ୍କୁ ସହ ଆବାହକ ଦାୟିତ୍ୱ ଦିଆଯାଇଛି ।