ପୁରୀ,ଏନ୍ଏନ୍ଏସ୍: ଆଜି ହେଉଛି ମହାପ୍ରଭୁଙ୍କ ପବିତ୍ର ବାହୁଡ଼ା ଯାତ୍ରା । ଚଳିତ ବର୍ଷ ନିର୍ଦ୍ଧାରିତ ସମୟାନୁସାରେ ସମସ୍ତ ନୀତିକାନ୍ତି ସରିଥିବାବେଳେ ରଥଟଣା ୩ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଛି । ବଡ଼ଦାଣ୍ଡରେ ବଳଭଦ୍ରଙ୍କ ତାଳଧ୍ୱଜ ରଥ ପରେ ପରେ ସୁଭଦ୍ରାଙ୍କ ଦର୍ପଦଳନ ରଥ ଗଡ଼ି ଚାଲିଛି । ହୁଳୁହୁଳି, ଶଙ୍ଖ ଓ ଘଣ୍ଟଘଣ୍ଟା ନାଦରେ ପରିବେଶ ପ୍ରକମ୍ପିତ ହୋଇଉଠୁଛି । ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି ।
ସୂଚନାଯୋଗ୍ୟ, ଭାଇ ଓ ଭଉଣୀଙ୍କ ପଛେ ପଛେ ମହାପ୍ରଭୁ ଜଗନ୍ନାଙ୍କ ନନ୍ଦିଘୋଷ ମଧ୍ୟ ଗଡ଼ିବା ଆରମ୍ଭ କରିଛି ।