ଭୁବନେଶ୍ୱର,ଏନ୍ଏନ୍ଏସ୍: ଗୁଣପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କୁ ପତ୍ନୀ ହତ୍ୟା ମାମଲାରେ ଆଜୀବନ ଜେଲ ଦଣ୍ଡାଦେଶ ମିଳିଛି । ଭୁବନେଶ୍ୱର ସ୍ପେଶାଲ କୋର୍ଟ ଏହି ରାୟ ଶୁଣାଇଛନ୍ତି । ୨ଦିନ ପୂର୍ବରୁ କୋର୍ଟ ରାମୂର୍ତ୍ତିଙ୍କୁ ଦାଷୀ ସାବ୍ୟସ୍ତ କରିଥିଲେ ଆଉ ଆଜି ସଜା ଶୁଣାଇଛନ୍ତି ।
ସୂଚନାଯୋଗ୍ୟ, ୧୯୯୫ ମସିହାରେ ପତ୍ନୀଙ୍କ ପୋଡ଼ା ମୃତଦେହ କ୍ୱାର୍ଟର୍ସରୁ ଉଦ୍ଧାର କରାଯାଇଥିଲା । ପୁଲିସ ପ୍ରଥମେ ୟୁଡି ଓ ପରେ ହତ୍ୟା ମାମଲା ରୁଜୁ କରିଥିଲା ।