+୨ ନାମଲେଖା ଆବେଦନ ଅବଧି ବଢ଼ିଲା

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ରାଜ୍ୟରେ ଯୁକ୍ତ ୨ ନାମଲେଖା ପାଇଁ ଆବେଦନ ଅବଧି ବୃଦ୍ଧି ପାଇଛି । ଜୁନ୍ ୨୦ ପର୍ଯ୍ୟନ୍ତ ଥିବା ଅବଧିକୁ ଜୁନ୍ ୨୬ ପର୍ଯ୍ୟନ୍ତ ବଢ଼ାଯାଇଛି । ପରିବର୍ତ୍ତିତ ସୂଚୀ ଅନୁସାରେ ଜୁଲାଇ ୨୦ରେ ପ୍ରଥମ ମେରିଟ ଲିଷ୍ଟ ବାହାରିବ । ଜୁଲାଇ ୩ରୁ ୮ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଆଡମିଶନ ଚାଲିବ । ଜୁଲାଇ ୧୬ରେ ୨ୟ ମେରିଟ ଲିଷ୍ଟ ବାହାରି ୧୯ ସୁଦ୍ଧା ଆଡମିଶନ ସରିବ । ଅନଲାଇନ ସ୍ୱଟ ଆଡମିଶନ ଜୁଲାଇ ୧୭ରୁ ୨୭ ପର୍ଯ୍ୟନ୍ତ ଚାଲିବ । ଏଥିସହିତ ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁସାରେ ଜୁଲାଇ ୨୭ରେ ପାଠପଢ଼ା ଆରମ୍ଭ ହେବ ।