ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ +୩ ପାଇଁ ଆବେଦନ ତାରିଖ ଘୋଷଣା କରାଯାଇଛି । ଏହି ଆବେଦନ ଜୁନ୍ ୧୯ରୁ ଆରମ୍ଭ ହୋଇ ଜୁଲାଇ ୪ରେ ଶେଷ ହେବ । ଛାତ୍ରଛାତ୍ରୀମାନେ ସମସ୍ତ ପୋର୍ଟାଲରେ ଆବେଦନ କରିପାରିବେ । ଜୁଲାଇ ୧୪ରୁ ୧୮ ସ୍ଲାଇଡ ସିଲେକ୍ସନ/ଫ୍ରିଜ ଓ ଅପ୍ସନ ଫ୍ଲୋଟ ପ୍ରକାଶ ପାଇବ । ଜୁଲାଇ ୧୫ରୁ ୧୭ ମଧ୍ୟରେ ଆଲଟ୍ ହୋଇଥିବା ଶିକ୍ଷାନୁଷ୍ଠାନରେ ରିପୋର୍ଟିଂ କରିବାକୁ ପଡ଼ିବ । ଜୁଲାଇ ୨୭ରେ ଦ୍ୱିତୀୟ ପର୍ଯ୍ୟାୟ ସିଟ୍ ଆଲଟମେଣ୍ଟ ନୋଟିସ ବାହାରିବ ବୋଲି ଜଣାପଡ଼ିଛି ।