ଯାଜପୁର ଷ୍ଟେସନରେ ଟ୍ରେନରେ କଟି ୬ ମୃତ

ଯାଜପୁର,ଏନ୍‌ଏନ୍‌ଏସ୍‌: ଯାଜପୁର ରୋଡ ଷ୍ଟେସନରେ ବଡ଼ ଧରଣର ଅଘଟଣ ଘଟିଛି । ବର୍ଷା ପବନ ଯୋଗୁ ମାଲବାହୀ ଟ୍ରେନ ତଳେ ଆଶ୍ରୟ ନେଇଥିବା ଶ୍ରମିକଙ୍କ ମଧ୍ୟରେ ୬ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ହୋଇଛନ୍ତି । ଦୀର୍ଘଦିନରୁ ସେଫ୍ଟି ଲାଇନରେ ଟ୍ରେନଟି ଠିଆ ହୋଇଥିଲା । ମାଲବାହୀ ଟ୍ରେନଟି ଇଞ୍ଜିନ ବିହୀନ ହୋଇଥିବାବେଳେ ପବନ ଦେବାରୁ ଗଡ଼ିଥିବା ନେଇ ସୂଚନା ମିଳିଛି ।