ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳ ବଦଳ ହୋଇଛି । ୫ ଜିଲ୍ଲାର ଏସପିଙ୍କ ସମେତ ମୋଟ ୧୮ ଜଣଙ୍କ ବଦଳି ହୋଇଛି । ଏହିକ୍ରମେ ମିତ୍ରଭାନୁ ମହାପାତ୍ରଙ୍କୁ ରାଉରକେଲା ଏସପି ଦାୟିତ୍ୱ ଦିଆଯାଇ ଥିବାବେଳେ ବି. ଗଙ୍ଗାଧର ମୟୁରଭଞ୍ଜ, ମୁକେଶ କୁମାର ଭାମୁ ସମ୍ବଲପୁର, ନୀତିନ କୁଶଲକର କେନ୍ଦୁଝର ଓ ରିଷିକେଶ ଖିଲାରୀଙ୍କୁ ବଲାଙ୍ଗୀର ଦାୟିତ୍ୱ ମିଳିଛି ।
ସେହିପରି ଏ ଏମ ପ୍ରସାଦଙ୍କୁ ସ୍ପେଶାଲ ଡିଜି ଏଚଆରପିସି, ସୁଧାଂଶୁ ଷଡ଼ଙ୍ଗୀଙ୍କୁ ଅଗ୍ନିଶମ ଓ ହୋମଗାର୍ଡ ଡିଜି, ରାଧାକୃଷ୍ଣ ଶର୍ମା ଏଡିଜି ହେଡକ୍ୱାର୍ଟର, ସଞ୍ଜୟ କୁମାର ଏଡିଜି ଆଇନ ଶୃଙ୍ଖଳା ଓ କମ୍ୟୁନିକେସନ ଓ ଅମିତାଭ ଠାକୁରଙ୍କୁ ପରିବହନ କମିଶନର ଭାବେ ଦାୟିତ୍ୱ ହସ୍ତାନ୍ତର କରାଯାଇଛି ।