ପ୍ରକାଶ ପାଇଲା ସିବିଏସଇ ରେଜଲ୍ଟ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ ପ୍ରକାଶ ପାଇଛି । ଦଶମରେ ମୋଟ ପାସ୍ ହାର ୯୩.୧୨ ପ୍ରତିଶତ ଏବଂ ଦ୍ୱାଦଶରେ ୮୭.୩୩ ପ୍ରତିଶତ ରହିଛି । ଉଭୟ ଦଶମ ଓ ଦ୍ୱାଦଶରେ ପୁଅଙ୍କଠାରୁ ଝିଅଙ୍କ ପାସ୍ ହାର ଅଧିକ । ଉଭୟ ଦଶମ ଓ ଦ୍ୱାଦଶ ରେଜଲ୍ଟରେ ତ୍ରିଭେନ୍ଦ୍ରମ୍ ରିଜିଅନ୍ ଶୀର୍ଷରେ ରହିଛି । ଭୁବନେଶ୍ୱର ରିଜିଅନରେ ଦ୍ୱାଦଶ ୮୩.୮୯ ପ୍ରତିଶତ ଓ ଦଶମ ୯୩.୬୪ ପ୍ରତିଶତ ପାସହାର ରହିଥିବା ଜଣାପଡ଼ିଛି ।