ବଲାଙ୍ଗିର ଜିଲ୍ଲାପାଳଙ୍କ ପୂର୍ବ ପତ୍ନୀଙ୍କ ହାତ ଧରିବେ ପୁରୀ ଜିଲ୍ଲାପାଳ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ପୁଣି ବିବାହ ବନ୍ଧନରେ ବାନ୍ଧିବାକୁ ଯାଉଛନ୍ତି ଆଉ ୨ ଜିଲ୍ଲାପାଳ । ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଲ ରାଣା ଓ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସଙ୍କ ପରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଓ ରାୟଗଡ଼ା ଜିଲ୍ଲାପାଳ ସ୍ୱଧା ଦେବ ସିଂହ ବିବାହ କରିବାକୁ ଯାଉଛନ୍ତି । ସମର୍ଥ ବର୍ମାଙ୍କ ଜନ୍ମଭୂମି ଉତ୍ତରପ୍ରଦେଶର ବାରଣାସୀରେ ମେ’ ୧୫ରେ ବେଶ୍ ଆଡ଼ମ୍ବର ସହକାରେ ବିବାହ ଅନୁଷ୍ଠିତ ହେବ । ଏହା ଉଭୟଙ୍କ ଦ୍ୱିତୀୟ ବିବାହ । ସ୍ୱଧା ଦେବ ସିଂହ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଲ ରାଣାଙ୍କୁ ପ୍ରଥମ ବିବାହ କରିଥିଲେ । ଅନ୍ୟପଟେ ସମର୍ଥ ବର୍ମା ରେଲୱେରେ କାର୍ଯ୍ୟରତ ସୁଚିଂ ସିଂହଙ୍କୁ ବାହା ହୋଇଥିଲେ ।

ରଥଯାତ୍ରା ପ୍ରସ୍ତୁତି ବୈଠକ ପରେ ସମର୍ଥ ବର୍ମା ଛୁଟିରେ ଯିବେ । ସେ ତାଙ୍କ ବିବାହରେ କିଛି ସେବାୟତ ଓ ବରିଷ୍ଠ ଅଧିକାରୀଙ୍କୁ ନିମନ୍ତ୍ରଣ କରିଛନ୍ତି । ସେହିପରି ସ୍ୱଧା ଦେବୀ ସିଂହ ମଧ୍ୟ ମେ’ ୭ରୁ ଛୁଟିରେ ଯିବେ ।