ବିଜେବି କଲେଜକୁ ପଶି ପାରିବେନି ବାହାର ଲୋକ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ବିଜେବି କଲେଜ ଛାତ୍ରଙ୍କୁ ଆକ୍ରମଣ ଘଟଣା ପରେ କଲେଜ କର୍ତୃପକ୍ଷ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ବାହାର ଲୋକ କ୍ୟାମ୍ପସ ଭିତରେ ନ ପଶିବା ପାଇଁ ପୋଷ୍ଟର ଲଗାଯାଇଛି । ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ କ୍ୟାମ୍ପସରେ ସିସିଟିଭି ଲଗାଯିବ । ସିସିଟିଭି ଲଗାଇବା ପାଇଁ ଏକ୍ସପୋର୍ଟ ଟିମ୍ ଗଠନ ହୋଇଛି । ଏଥିସହିତ ପାଚେରୀରେ କଣ୍ଟା ତାର ଲଗାଇବାକୁ ପିଡବ୍ଲ୍ୟୁଡିକୁ ଲେଖାଯାଇଛି । ଏନେଇ କଲେଜ ଅଧ୍ୟକ୍ଷ ସୂଚନା ପ୍ରଦାନ କରିଛନ୍ତି ।