ମେ’ ୧ରୁ ବଢ଼ିବ ଦୁଗ୍ଧଜାତ ଦ୍ରବ୍ୟର ଦର

କଟକ,ଏନ୍‌ଏନ୍‌ଏସ୍‌: ମେ’ ୧ରୁ ଦୁଗ୍ଧଜାତ ଦ୍ରବ୍ୟର ଦର ବଢ଼ିବ । କ୍ଷୀର ଦର ବଢ଼ୁଥିବାରୁ କଟକ ଜିଲ୍ଲା ଦୁଗ୍ଧଜାତ ଦ୍ରବ୍ୟ ବ୍ୟବସାୟ ସଂଘ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଫଳରେ କେଜି ପ୍ରତି ୧୭୫ ଥିବା ଛେନା ୨୦ ଟଙ୍କା ବଢ଼ି ୧୯୫ ଟଙ୍କା ହେବ । ସେହିପରି କେଜି ପ୍ରତି ୨୨୫ ଟଙ୍କା ଥିବା ପନିର ୩୦ ଟଙ୍କା ବଢ଼ି ୨୫୫ ଟଙ୍କା ହେବ । ଖୁଆ କେଜି ୬୦ ଟଙ୍କା ବଢ଼ି ୨୬୦ରୁ ୩୨୦ ହେବ ବୋଲି ଜଣାପଡ଼ିଛି ।