Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ସରକାରୀ ଡାକ ବଙ୍ଗଳାକୁ ଏନଜିଓ ହାତକୁ ଟେକିଦେଲା ପ୍ରଶାସନ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ସରକାରୀ ଡାକ ବଙ୍ଗଳାକୁ ଏନଜିଓ ହାତକୁ ଟେକିଦେଲା ପ୍ରଶାସନ

ଦେବଗଡ଼,ଏନ୍ଏନ୍ଏସ୍: କେନ୍ଦ୍ର ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ଦ୍ୱାରା ପ୍ରଣିତ ଆଇନକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅବମାନନା କରାଯାଇ ସଂରକ୍ଷିତ ଜଙ୍ଗଲ ଏବଂ ପର୍ଯ୍ୟଟନ ସ୍ଥଳୀ ମଧ୍ୟରେ ଏକ ସ୍ୱେଚ୍ଚାେସେବୀ ଅନୁଷ୍ଠାନ(ଏନଜିଓ)କୁ କାର୍ଯ୍ୟାଳୟ ଖୋଲିବାର ଅନୁମତି ଦେବା ସହ ୩ଟି ସରକାରୀ ଡାକବଙ୍ଗଳାକୁ ଉକ୍ତ ସ୍ୱେଚ୍ଛାସେବୀ ଅନୁଷ୍ଠାନକୁ ହସ୍ତାନ୍ତର କରିଛି। ଏହା ଜଣାପଡ଼ିବା ସାଂସଦଙ୍କ ଠାରୁ ଆରମ୍ଭ କରି ଜନସାଧାରଣ ଓ ବିଭିନ୍ନ ରାଜନୈତିକ ଦଳର ବ୍ୟକ୍ତି ବିଶେଷ ଏହାକୁ ବିରୋଧ କରିବା ସହ ଘଟଣାର ତଦନ୍ତ ପାଇଁ ଦାବି କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ପ୍ରଧାନପାଟ ସଂରକ୍ଷୀତ ଜଙ୍ଗଲକୁ ବର୍ଷ ସାରା ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ। ଏହି ପର୍ଯ୍ୟଟନ ସ୍ଥଳୀକୁ ଦୃଷ୍ଟିରେ ରଖି ଦେବଗଡ଼ ଜିଲ୍ଲାର ବିକାଶ ଉଦ୍ଦେଶ୍ୟରେ ବନବିଭାଗ ଏହି ସଂରକ୍ଷୀତ ଜଙ୍ଗଲ ମଧ୍ୟରେ ଡାକ ବଙ୍ଗଳା ନିର୍ମାଣ କରାଯାଇଥଲା। ୨୩ ବର୍ଷ ଧରି ଏହି ଡାକ ବଙ୍ଗଳାଗୁଡିକର ରକ୍ଷଣାବେକ୍ଷଣ ପାଇଁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କା ବ୍ୟୟ କରାଯାଇଥିଲା।

ତେବେ ଗତ ୧୦ ତାରିଖ ଦିନ ଉପରୋକ୍ତ ୩ଟି ଡାକ ବଙ୍ଗଳାକୁ ଅନଗୁଳ ଜିଲ୍ଲାର ଭାର୍ଡ ନାମକ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ହସ୍ତାନ୍ତର କରାଯାଇ ସଖୀ ପ୍ରକଳ୍ପର ଜିଲ୍ଲା କାର୍ଯ୍ୟାଳୟକୁ ଖୋଦ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ ଫିତା କାଟି ଉଦଘାଟନ କରିଥିଲେ। ତେବେ ଏହି ସ୍ୱେଚ୍ଛାସେବୀ ଅନୁଷ୍ଠାନ ହାତେଇଥିବା ସଖୀ ପ୍ରକଳ୍ପ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ବିଭିନ୍ନ ହିଂସାରେ ପୀଡ଼ିତ ମହିଳାଙ୍କୁ ସହାୟତା ଯୋଗାଇବା ପାଇଁ ବ୍ୟବସ୍ଥା ଥିବାବେଳେ କେଉଁ ଉଦ୍ଦେଶ୍ୟରେ ସ୍ୱେଚ୍ଚାସେବୀ ଅନୁଷ୍ଠାନ ଭାର୍ଡ ଓ କେଉଁ ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବା ପର୍ଯ୍ୟଟନ ସ୍ଥଳୀର ଡାକ ବଙ୍ଗଳାକୁ ସଖୀ ପ୍ରକଳ୍ପ ପାଇଁ ମଞ୍ଜୁର କଲେ ତାହା ତଦନ୍ତ ସାପେକ୍ଷ ବୋଲି ପ୍ରଶ୍ନ ହୋଇଛି।

ସେହିପରି ଦେବଗଡ଼ ଜିଲ୍ଲା ବିଜେଡିର ପୂର୍ବତନ ଜିଲ୍ଲା ସଭାପତି ସୁଧୀର କୁମାର କପରଦାର ପର୍ଯ୍ୟଟନ ସ୍ଥଳୀରେ ଥିବା ଡାକ ବଙ୍ଗଳାକୁ ଏନଜିଓ ହାତକୁ ଟେକିଦେବା ଘଟଣାକୁ ନିନ୍ଦା କରିବା ସହ ଉପରୋକ୍ତ ଡାକ ବଙ୍ଗଳାଗୁଡିକୁ ଜିଲ୍ଲା ପର୍ଯ୍ୟଟନ ବିଭାଗକୁ ହସ୍ତାନ୍ତର କରାଯାଇଥିଲେ ଏହି ଡାକ ବଙ୍ଗଳା ନିର୍ମାଣର ପ୍ରକୃତ ଲକ୍ଷ୍ୟ ସାଧିତ ହୋଇପାରିଥାନ୍ତା ବୋଲି ମତପ୍ରକାଶ କରିଛନ୍ତିି।

ସେହିପରି ଦେବଗଡ଼ ଜିଲ୍ଲା କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଆସୋସିଏସନର ସଭାପତି ମୋତିଲାଲ ଶର୍ମା ଏବଂ ଦେବଗଡ଼ ପୌରପରିଷଦର ପୂର୍ବତନ କାଉଁସିଲର ଧମେନ୍ଦ୍ର ଦେବତା ଏନଜିଓ ପ୍ରତି ଜିଲ୍ଲା ପ୍ରଶାସନର ଅହେତୁକ ଅନୁକମ୍ଫା ପଛରେ ଅର୍ଥକାରବାର ହୋଇଥିବା ଆଶଙ୍କା ଓ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଦେବଗଡ଼ ବନଖଣ୍ଡ ଅଧିକାରୀ କ୍ଷମା ଷଡ଼ଙ୍ଗୀଙ୍କ ମତାମତ ଲୋଡିବାରୁ ସେ ଖୁବଶୀଘ୍ର ଅଞ୍ଚଳର ଜମି ମାପ କରି ଏହା ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଅଛି କି ନାହିଁ ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ଆଗାମୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ମତବ୍ୟକ୍ତ କରିଥିଲେ।