ମନମୋହନ ହେଲେ ବିଜେପି ରାଜ୍ୟ ସଭାପତି

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ମନମୋହନ ସାମଲ ହେଲେ ବିଜେପିର ନୂଆ ରାଜ୍ୟ ସଭାପତି । ମନମୋହନଙ୍କୁ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ନିଯୁକ୍ତି ଦେଇଛନ୍ତି । ଫଳରେ ସମୀର ମହାନ୍ତିଙ୍କ ସ୍ଥାନ ମନମୋହନ ନେଇଛନ୍ତି ।

ସୂଚନାଯୋଗ୍ୟ, ମନମୋହନ ସାମଲ ପୂର୍ବରୁ ୨ଥର ରାଜ୍ୟ ବିଜେପି ସଭାପତି ଥିଲେ । ୧୯୯୯ରୁ ୨୦୦୦ ଏବଂ ୨୦୦୧ରୁ ୨୦୦୪ ପର୍ଯ୍ୟନ୍ତ ସଭାପତି ଥିଲେ । ରାଜ୍ୟରେ ମେଣ୍ଟ ସରକାର ବେଳେ ମନମୋହନ ମନ୍ତ୍ରୀ ଥିଲେ । ରାଜସ୍ୱ ଓ ଖାଦ୍ୟ ଯୋଗାଣ ମନ୍ତ୍ରୀ ଭାବେ ମନମୋହନ ଦାୟିତ୍ୱ ନିର୍ବାହ କରିଛନ୍ତି ।