Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
୨ଲକ୍ଷ ୨୬ହଜାର ୫୫୯ ସରକାରୀ ପଦବୀ ଖାଲି ପଡ଼ିଛି : ଅର୍ଥମନ୍ତ୍ରୀ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

୨ଲକ୍ଷ ୨୬ହଜାର ୫୫୯ ସରକାରୀ ପଦବୀ ଖାଲି ପଡ଼ିଛି : ଅର୍ଥମନ୍ତ୍ରୀ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ରାଜ୍ୟରେ ମୋଟ ୩ଲକ୍ଷ ୯୮ହଜାର ୫୭୭ ଜଣ ସରକାରୀ କର୍ମଚାରୀ କାର୍ଯ୍ୟ କରୁଛନ୍ତି । ଏହାସତ୍ୱେ ମଧ୍ୟ ଲକ୍ଷାଧିକ ସରକାରୀ ପଦବୀ ଖାଲି ରହିଛି । ଏନେଇ ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଉତ୍ତର ରଖିଛନ୍ତି । ବିଧାନସଭାରେ ବିଧାୟିକା କୁସୁମ ଟେଟେ ରାଜ୍ୟରେ କେତେ ସଂଖ୍ୟକ ସରକାରୀ କର୍ମଚାରୀ କାମ କରୁଛନ୍ତି, କାର୍ଯ୍ୟ କରୁଥିବା ଠିକା କର୍ମଚାରୀ, ଅବସରପ୍ରାପ୍ତ କର୍ମଚାରୀଙ୍କ ସଂଖ୍ୟା ଓ ଖାଲି ପଡ଼ିଥିବା ପଦବୀ ସଂଖ୍ୟା କେତେ ସେନେଇ ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଥିଲେ ଯେ, କାର୍ଯ୍ୟରତ କର୍ମଚାରୀଙ୍କ ସଂଖ୍ୟା ଖାଲି ପଡ଼ିଥିବା ପଦବୀ ଓ ମଞ୍ଜୁରୀପ୍ରାପ୍ତ ପଦବୀର ତଥ୍ୟ ଏଇଆରଆର ଜରିଆରେ ଏଚଆରଏମଏସ ଦ୍ୱାରା ଅର୍ଥ ବିଭାଗ ସଂଗ୍ରହ କରିଥାଏ । ଡିସେମ୍ବର ୨୦୨୧ ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ ସର୍ବମୋଟ ୩ଲକ୍ଷ ୯୮ ହଜାର ୫୭୭ ଜଣ କର୍ମଚାରୀ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଛନ୍ତି । ଏହାସତ୍ୱେ ମଧ୍ୟ ୨ଲକ୍ଷ ୨୬ ହଜାର ୫୫୯ ପଦବୀ ଖାଲି ପଡ଼ିଛି । ତେବେ ଠିକା ଭିତ୍ତିକ କର୍ମଚାରୀ ଓ ଅବସରପ୍ରାପ୍ତ କର୍ମଚାରୀଙ୍କ ସଂଖ୍ୟା ଏଇଆରଆରରେ ସ୍ଥାନ ପାଏନାହିଁ । ସେସବୁର ତଥ୍ୟ ବିଭାଗୱାରୀ ଉପଲବ୍ଧ ରହିଥାଏ । ଏବେ ଅର୍ଥ ବିଭାଗରେ ୭୨ଜଣ ଠିକାଭିତ୍ତିକ କର୍ମଚାରୀ ଓ ୮୫ଜଣ ଅବସରପ୍ରାପ୍ତ କର୍ମଚାରୀ କାର୍ଯ୍ୟ କରୁଛନ୍ତି ।