ଭୁବନେଶ୍ୱର,ଏନ୍ଏନ୍ଏସ୍: ବିଧାୟକ ସୁଶାନ୍ତ ସିଂହଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନ ଉପରକୁ ଛାତ୍ର କଂଗ୍ରେସ ଟମାଟୋ ମାଡ଼ କରିଛି । ବାସଭବନକୁ ଧସେଇ ପସିବାକୁ ମଧ୍ୟ ଉଦ୍ୟମ କରାଯାଇଛି । ସ୍ୱର୍ଗତଃ ନବ ଦାସ ହତ୍ୟା ମାମଲାରେ ସୁଶାନ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଛାତ୍ର କଂଗ୍ରେସ ଦାବୀ କରିଛି । ନବଙ୍କ ସହ ସୁଶାନ୍ତଙ୍କ ଶତ୍ରୁତା ଥିବାରୁ ତାଙ୍କ ମୋବାଇଲ ଜବତ କରି ଯାଞ୍ଚ କରାଯାଉ ବୋଲି ଛାତ୍ର କଂଗ୍ରେସ କହିଛି ।