ଭୁବନେଶ୍ୱର,ଏନ୍ଏନ୍ଏସ୍: କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଜାରି ରହିଥିବା ପାରିବାରିକ ବିବାଦ ଥମିବାର ନାଁ ନେଉନାହିଁ । ଅନୁଭବ ଆଜି ଏକ ଟ୍ୱିଟ୍ କରି ବିଳମ୍ବ ନକରି ଭଲରେ ତାଙ୍କଠୁ ଦୂରେଇ ଯିବାକୁ ବର୍ଷାଙ୍କୁ ହାତଯୋଡ଼ି ଅନୁରୋଧ କରିଛନ୍ତି । ଏଥିରେ ତାଙ୍କ ପିତା ଆଇସିୟୁରେ ଭର୍ତ୍ତି ଥିବା କଥା ମଧ୍ୟ ଅନୁଭବ ଉଲ୍ଲେଖ କରିଛନ୍ତି । ସମୟ ସରିବା ପୂର୍ବରୁ ପିତାମାତାଙ୍କୁ ଶାନ୍ତିରେ ନିଶ୍ୱାସ ନେବାକୁ ଦେବାକୁ ମଧ୍ୟ ଅନୁଭବ କହିଛନ୍ତି ।