ବିଜେପିରେ ଜିନା ଓ ତାଙ୍କ ସ୍ୱାମୀ

ବାଲେଶ୍ୱର,ଏନ୍‌ଏନ୍‌ଏସ୍‌: ଓଲିଉଡ ଅଭିନେତ୍ରୀ ଜିନା ସାମଲ ଓ ତାଙ୍କ ସ୍ୱାମୀ ରୁଦ୍ର ପାଣିଗ୍ରାହୀ ଆଜି ବିଜେପିରେ ଯୋଗ ଦେଇଛନ୍ତି। ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ମିଶ୍ରଣ ପର୍ବରେ ଦୁହେଁ ବିଜେପିରେ ସାମିଲ ହୋଇଛନ୍ତି । ଜିନା ଓ ରୁଦ୍ରଙ୍କ ବ୍ୟତୀତ ପାଖାପାଖି ୮୦ରୁ ଉର୍‌ଦ୍ଧ୍ୱ ବ୍ୟକ୍ତି ବିଜେପିରେ ଯୋଗ ଦେଇଥିବା ଜଣାପଡ଼ିଛି ।