Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଭୁବନେଶ୍ଵରରେ କେନ୍ଦ୍ର ଅର୍ଥମନ୍ତ୍ରୀ ସୀତାରମଣ, ବିମାନବନ୍ଦରରେ ସ୍ୱାଗତ କଲା ବିଜେପି – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଭୁବନେଶ୍ଵରରେ କେନ୍ଦ୍ର ଅର୍ଥମନ୍ତ୍ରୀ ସୀତାରମଣ, ବିମାନବନ୍ଦରରେ ସ୍ୱାଗତ କଲା ବିଜେପି

ଭୁବନେଶ୍ବର,ଏନ୍ଏନ୍ଏସ୍: ଭୁବନେଶ୍ଵର ପହଞ୍ଚିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆଜି (ଗୁରୁବାର) ସଂଧ୍ୟାରେ ସେ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଦଳୀୟ କର୍ମୀମାନେ ସ୍ବାଗତ କରିଛନ୍ତି । ପୋଷ୍ଟ ବଜେଟ ଆଲୋଚନାରେ ଅଂଶଗ୍ରହଣ କରିବା ପାଇଁ ଦୁଇ ଦିନିଆ ଭୁବନେଶ୍ବର ଗସ୍ତ କରିଛନ୍ତି ନିର୍ମଳା ସୀତାରମଣ । ଆସନ୍ତାକାଲି (ଶୁକ୍ରବାର) ଏକ ହୋଟେଲରେ ଏହି ଆଲୋଚନାଚକ୍ର କାର୍ଯ୍ୟକ୍ରମର ଆୟୋଜନ ରହିଛି । ଏହି ପୋଷ୍ଟ ବଜେଟ ଆଲୋଚନାଚକ୍ରରେ ସୀତାରମଣ ଅଂଶଗ୍ରହଣ କରିବେ । ଚଳିତ ବର୍ଷ କେନ୍ଦ୍ରୀୟ ବଜେଟକୁ ନେଇ ଏହି ଆଲୋଚନାଚକ୍ର ଆୟୋଜିତ ହେଉଛି । ସେହିପରି ଚଳିତ ବଜେଟରେ ଓଡିଶାକୁ ମିଳିଥିବା ରାଶି ସମ୍ପର୍କରେ ମଧ୍ୟ ଆଲୋଚନା ସୀତାରମଣ ଆଲୋଚନା କରିପାରନ୍ତି । କାର୍ଯ୍ୟକ୍ରମ ପରେ ସେ ଏକ ସାମ୍ବାଦିକ ସମ୍ମିଳନୀକୁ ମଧ୍ୟ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି ।

ପରେ ତାଙ୍କର ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟ ରହିଛି । ଏହା ପରେ ପରେ ସେ ଖୋର୍ଦ୍ଧା ଅରୁଗୁଳ ସ୍ଥିତ ଆଇଆଇଟି କ୍ୟାମ୍ପସ ଗସ୍ତ ମଧ୍ୟ କରିବେ । ସେଠାରେ ସେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରଖାଯାଇଛି । ଆଜି ସଂଧ୍ୟାରେ ସୀତାରମଣ ବିମାନ ବନ୍ଦରରେ ପହଞ୍ଚିବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ତାଙ୍କୁ ସ୍ବାଗତ କରିଥିଲେ । ସୀତାରମଣଙ୍କ ଗସ୍ତ ପାଇଁ ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ ବଢାଯାଇଥିଲା ।

ଚଳିତଥର ନିର୍ମଳା ସୀତାରମଣ କେନ୍ଦ୍ର ଅର୍ଥମନ୍ତ୍ରୀ ଭାବେ ପଞ୍ଚମ ଥର ପାଇଁ ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି । ପ୍ରାୟ ୪୫ ଲକ୍ଷ କୋଟି ବଜେଟରେ ବ୍ୟବବରାଦ ହୋଇଛି । ସେହିପରି ଏହା ହେଉଛି ମୋଦି ସରକାରର ଦ୍ବିତୀୟ ପାଳିର ଶେଷ ବଜେଟ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଅନ୍ତିମ ବଜେଟ ହୋଇଥିବା କାରଣରୁ ଏହା ଉପରେ ସମସ୍ତଙ୍କ ନଜର ରହିଥିଲା ।

ପ୍ରାୟ ସମସ୍ତ ବର୍ଗକୁ ଖସି କରିବାକୁ କେନ୍ଦ୍ର ସରକାର ଉଦ୍ୟମ କରିଥିବା ବେଳେ ଆୟକର ଛାଡ ସୀମା ବୃଦ୍ଧି ଚଳିତ ବଜେଟକୁ ଆହୁରି ଚର୍ଚ୍ଚିତ କରିଛି । ପୂର୍ବରୁ ଆୟକର ଛାଡ ସୀମା ୫ ଲକ୍ଷ ଟଙ୍କା ଥିବା ବେଳେ ଚଳିତ ଥର ଏହାକୁ ୭ ଲକ୍ଷ ଟଙ୍କା ବୃଦ୍ଧି କରିଛି କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ । ଆସନ୍ତାକାଲି ଏହି ବଜେଟ ସମ୍ପର୍କିତ ଆଲୋଚନରେ ସୀତାରମଣ ଅଂଶଗ୍ରହଣ କରିବା ଓଡିଶାକୁ ମିଳିଥିବା ଅନୁଦାନ ସମ୍ପର୍କରେ ମଧ୍ୟ ଚର୍ଚ୍ଚା କରିବେ । ବଜେଟର ରୁପରେଖ ଓ ଭାରତୀୟ ଅର୍ତବ୍ୟବସ୍ଥାରେ ଏହାର ପ୍ରଭାବ ସମ୍ପର୍କରେ ଆଲୋଚନା ହେବା ନେଇ ସୂଚନା ମିଳିଛି ।