କଟକ,ଏନ୍ଏନ୍ଏସ୍: ସ୍ୱର୍ଗତଃ ନବ ଦାସଙ୍କ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସ ଏବେ ଚୌଦ୍ୱାର ଜେଲରେ ରହିବେ । ସେଥିପାଇଁ ତାଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ଝାରସୁଗୁଡ଼ା ଜେଲରୁ ଚୌଦ୍ୱାର ଜେଲ ଅଣାଯାଉଛି । ଚୌଦ୍ୱାର ଜେଲର ହାଇସିକ୍ୟୁରିଟି ସେଲରେ ଏବେ ଗୋପାଳ ରହିବେ । ଗୋପାଳଙ୍କ ଉପରେ ୨୪ ଘଣ୍ଟା ମନିଟରିଂର ବ୍ୟବସ୍ଥା ରହିବ । ଏକ ସ୍ୱତନ୍ତ୍ର ଟିମ୍ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବେ ବୋଲି ଜଣାପଡ଼ିଛି ।
ଚୌଦ୍ୱାର ଜେଲକୁ ସ୍ଥାନାନ୍ତର ପାଇଁ ଗୋପାଳ ଦାସ ନିଜେ କୋର୍ଟଙ୍କୁ ଜଣାଇଥିଲା । କୋର୍ଟଙ୍କ ଅନୁମତି ପରେ ଗୋପାଳକୁ ଚୌଦ୍ୱାର ଜେଲ ସ୍ଥାନାନ୍ତର କରାଯାଉଛି । ଏନେଇ ଜେଲ ଡିଆଇଜି ଶୁଭ୍ରକାନ୍ତ ମିଶ୍ର ସୂଚନା ଦେଇଛନ୍ତି ।