Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
୧୫ବର୍ଷରୁ ପୁରୁଣା ଗାଡ଼ିର ସବୁ ଜରିମାନା ଛାଡ଼ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

୧୫ବର୍ଷରୁ ପୁରୁଣା ଗାଡ଼ିର ସବୁ ଜରିମାନା ଛାଡ଼

ଭୁବନେଶ୍ବର,ଏଜେନ୍ସି: ରାଜ୍ୟରେ ଯେପରି ଅଧିକରୁ ଅଧିକ ଇ-ଯାନ ଗଡ଼ିବ ସେନେଇ ରାଜ୍ୟ ସରକାର ନୂଆ ନିଷ୍ପତ୍ତି ନେଇଛନ୍ତି। ୧୫ବର୍ଷରୁ ପୁରୁଣା ଗାଡ଼ି ରାସ୍ତାରେ ଗଡ଼ିବା ଦ୍ବାରା ଅଧିକ ବାୟୁ ପ୍ରଦୂଷଣ, ତେଲ ଖର୍ଚ୍ଚ ବଢ଼ୁଛି, ରାସ୍ତା ଏବଂ ଗାଡ଼ିର ସୁରକ୍ଷା ଦୃଷ୍ଟିରୁ ରାଜ୍ୟ ସରକାର ୧୫ବର୍ଷରୁ ପୁରୁଣା ସମସ୍ତ ଗାଡ଼ିକୁ ସ୍କ୍ରାପିଂ କରିବାକୁ ଚାହୁଁଛନ୍ତି। ୧୫ବର୍ଷରୁ ପୁରୁଣା ସମସ୍ତ ସରକାରୀ ଗାଡ଼ି ମାର୍ଚ୍ଚ ୩୧ ସୁଦ୍ଧା ସ୍କ୍ରାପିଂ କରିବାକୁ ନିର୍ଦ୍ଦେଶନାମା ଜାରି ହୋଇଥିବାବେଳେ ୧୫ବର୍ଷରୁ ପୁରୁଣା ଘରୋଇ ଗାଡ଼ିକୁ ବାଧ୍ୟତାମୂଳକ ସ୍କ୍ରାପିଂ କରିବାକୁ କୌଣସି ସରକାରୀ ନିର୍ଦ୍ଦେଶନାମା ନାହିଁ। ତେଣୁ ଏହି ଗାଡ଼ିମାଲିକମାନଙ୍କୁ ଗାଡ଼ି ସ୍କ୍ରାପିଂ ନେଇ ଉତ୍ସାହିତ କରିବାକୁ ରାଜ୍ୟ ସରକାର ୧୫ବର୍ଷର ଗାଡ଼ି ଉପରେ ଦେବାକୁ ଥିବା ସମସ୍ତ ଟିକସ ଓ ଜରିମାନା ଛାଡ଼ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଏଥିପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଓଡ଼ିଶା ମୋଟର ଯାନ ଟିକସ ଆଇନ, ୧୯୭୫ର ଧାରା ୧୫(୧) ବଳରେ ୧୫ବର୍ଷରୁ ପୁରୁଣା ସମସ୍ତ ଗାଡ଼ି‌ ଉପରେ ଥିବା ଟିକସ ଏବଂ ବିଭିନ୍ନ ଜରିମାନାକୁ ବର୍ଷକ ପାଇଁ ଛାଡ଼ କରିବାକୁ ନିଷ୍ପତ୍ତି ହୋଇଛି। ହେଲେ ଏଥିପାଇଁ ଗାଡ଼ି ମାଲିକଙ୍କୁ ପଞ୍ଜୀକୃତ ଗାଡ଼ି ସ୍କ୍ରାପିଂ ସେଣ୍ଟରରେ ଗାଡ଼ି ସ୍କ୍ରାପିଂ କରିବାକୁ ପଡ଼ିବ। ଏନେଇ ‌କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ସେପ୍ଟେମ୍ବର ୧୩, ୨୦୨୨ରେ ବିଜ୍ଞପ୍ତିି ପ୍ରକାଶ ପାଇଥିବାବେଳେ ରାଜ୍ୟ ସରକାର ଏହାକୁ ଫେବ୍ରୁଆରି ୩ରୁ ଲାଗୁ କରିଛନ୍ତି। ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।

ସେହିପରି ବିଭିନ୍ନ ସରକାରୀ ବିଭାଗ, ସଂସ୍ଥା, ପିଏସ୍‌ୟୁ, ସ୍ବୟଂଚାଳିତ ସଂସ୍ଥା ଆଦିରେ ଥିବା ୧୫ବର୍ଷରୁ ଉର୍ଦ୍ଧ୍ବ ଗାଡ଼ିଗୁଡ଼ିକୁ ମାର୍ଚ୍ଚ ୩୧ ସୁଦ୍ଧା ସରକାରୀ ପଞ୍ଜୀକୃତ ସ୍କ୍ରାପିଂ ସେଣ୍ଟରରେ ସ୍କ୍ରାପିଂ କରି ରିପୋର୍ଟ ଦେବାକୁ ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।

ଅପରପକ୍ଷେ ସମସ୍ତ ସରକାରୀ ବିଭାଗରେ ଅଗ୍ରାଧିକାର ଭିତ୍ତିରେ ଇ-ଯାନ ବ୍ୟବହାର କରିବାକୁ କୁହାଯାଇଛି। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଶକ୍ତିି ବିଭାଗ ଅଧୀନରେ ଥିବା ଓରେଡ଼ା ମାଧ୍ୟମରେ ସମସ୍ତ ସରକାରୀ ବିଭାଗ ୨୦% ଇ-ଯାନ ବ୍ୟବହାର କରିବେ। ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ଖୁବ୍‌ ଶୀଘ୍ର ହେବ। ଏହି ଗାଡ଼ିର ଭଡ଼ା ଓରେଡ଼ା ମାଧ୍ୟମରେ ଦିଆଯିବ। ପ୍ରତି ଗାଡ଼ିର ଭଡ଼ା ଉପରେ ଓରେଡା ଅତିରିକ୍ତ ୫% ଓଭରହେଡ୍ ଚାର୍ଜ ନେବ।