ଖଡ଼ଗେ ଓ ପ୍ରିୟଙ୍କା ଆସିବେ ଓଡ଼ିଶା

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଓ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଫେବୃଆରୀରେ ଓଡ଼ିଶା ଆସିବେ । କଂଗ୍ରେସର ‘ହାଥ ସେ ଯୋଡ଼ୋ ହାଥ’ କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ଉଭୟ ଓଡ଼ିଶା ଆସିବେ । ଏନେଇ ପିସିସି ସଭାପତି ଶରତ ପଟ୍ଟନାୟକ ସୂଚନା ପ୍ରଦାନ କରିଛନ୍ତି ।