Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଦେଶ ବିଦେଶରେ ଭରସାର କେନ୍ଦ୍ର ପାଲଟିଛି ଭୁବନେଶ୍ୱର ଏମ୍‌ସ: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଦେଶ ବିଦେଶରେ ଭରସାର କେନ୍ଦ୍ର ପାଲଟିଛି ଭୁବନେଶ୍ୱର ଏମ୍‌ସ: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ବର,ଏନ୍‌ଏନ୍‌ଏସ୍: ଗୁଣାତ୍ମକ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଦେଶ ବିଦେଶରେ ଭରସାର କେନ୍ଦ୍ର ପାଲଟିଛି ଭୁବନେଶ୍ବର ଏମ୍‌ସ । ଏହି ଜାତୀୟ ପ୍ରତିଷ୍ଠାନ ପ୍ରତିଷ୍ଠା ନେଇ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀ ଦେଖିଥିବା ସ୍ବପ୍ନକୁ ଏମ୍‌ସ ଏହାର ଏକ ଦଶନ୍ଧିର ଯାତ୍ରା କାଳରେ ପୂରଣ କରିଥିବା ପ୍ରକାଶ କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାରକଲ୍ୟାଣ ଏବଂ ସାର ଓ ରସାୟନ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ । ଭୁବନେଶ୍ବର ଏମ୍‌ସ ଓ ଆଇଆଇଟି ମଧ୍ୟରେ ଡୁଆଲ ଡିଗ୍ରୀ ବ୍ୟବସ୍ଥା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଭୁବନେଶ୍ବର ଏମ୍‌ସରେ ଅତ୍ୟାଧୁନିକ ଏମ୍‌ସ-ଏନ୍‌ଟିପିସି ବର୍ଣ୍ଣ ସେଣ୍ଟର୍‌ ଉଦ୍‌ଘାଟିତ ହେବାସହ ଦେଢ଼ଶହ ଶଯ୍ୟା ବିଶିଷ୍ଟ କ୍ରିଟିକାଲ୍‌ କେୟାର୍‌ ହସ୍‌ପିଟାଲର ଭିତ୍ତିପ୍ରସ୍ଥର ସ୍ଥାପନ କରାଯାଇଛି । ଏହାସହ ମାଣ୍ଡିଆକୁ ଲୋକପ୍ରିୟ କରିବା ଉଦ୍ଦେଶ୍ୟରେ ସ୍ବତନ୍ତ୍ର ପୁସ୍ତକ ଉନ୍ମୋଚିତ କରାଯାଇଛି । ଏମ୍‌ସର ଏକ ଦଶନ୍ଧିର ଯାତ୍ରାକୁ ନେଇ ସ୍ବତନ୍ତ୍ର ପ୍ରଦର୍ଶନୀକୁ ଉଦ୍‌ଘାଟନ କରିଛନ୍ତି ୩ କେନ୍ଦ୍ରମନ୍ତ୍ରୀ । ଏମ୍‌ସର ୧୦ ବର୍ଷର ସଫଳ ଯାତ୍ରା ପୂରଣ ଅବସରରେ ଅନୁଷ୍ଠାନକୁ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ । ଏଥିସହିତ ଏହି ଅବସରରେ ମେଡିକାଲ୍‌ ଡିଗ୍ରୀ ପାଇଥିବା ଛାତ୍ରଛାତ୍ରୀଙ୍କୁ ଦେଶମାତୃକାର ସେବା ନିମନ୍ତେ ପ୍ରତିଶ୍ରୁତିବଦ୍ଧ ହେବାକୁ ଆହ୍ବାନ ଦେଇଛନ୍ତି କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ ।

ଅନ୍ୟପଟେ ଭୁବନେଶ୍ବର ଏମ୍‌ସ ଓ ଆଇଆଇଟିର ମିଳିତ ଭାବରେ ଡୁଆଲ ଡିଗ୍ରୀ ବ୍ୟବସ୍ଥାର ପ୍ରବର୍ତ୍ତନ କରିବା ପାଇଁ ଏହି ସମାବର୍ତ୍ତନ ଉତ୍ସବରେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ କ୍ରମେ ଜାତିସଂଘ ୨୦୨୩କୁ ଅନ୍ତର୍ଜାତୀୟ ମିଲେଟ ବର୍ଷ ଭାବେ ଘୋଷଣା କରିଛି । ଏହି କ୍ରମରେ ଏମ୍‌ସ ପଛରେ ନରହି ହାଣ୍ଡବୁକ ଅଫ୍ ମିଲେଟ ଅନ ହେଲଥ୍ ବେନିଫିଟ୍ସ ଆଣ୍ଡ ଡିଜିଜ ପ୍ରସ୍ତୁତ କରିବା ପ୍ରଶଂସନୀୟ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥିଭାବେ ଯୋଗଦେଇ କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଭାରତୀ ପ୍ରବୀଣ ପାୱାର ଏମ୍‌ସର ଦଶ ବର୍ଷର ଯାତ୍ରା ଅବସରରେ ଅନୁଷ୍ଠାନକୁ ଧନ୍ୟବାଦ ଦେବା ସହିତ ଏଠାରୁ ଉତ୍ତୀର୍ଣ୍ଣ ହେଉଥିବା ଛାତ୍ରଛାତ୍ରୀମାନେ ଏମ୍‌ସର ସମ୍ମାନକୁ ଆହୁରି ଆଗକୁ ନେବାକୁ ଆହ୍ବାନ ଦେଇଛନ୍ତି ।

ଏହି ଅବସରରେ ଏନ୍‌ଟିପିସି ସହଯୋଗରେ ନିର୍ମିତ ୩୬ ଶଯ୍ୟା ବିଶିଷ୍ଟ ଏକ ଅତ୍ୟାଧୁନିକ ବର୍ଣ୍ଣ ସେଣ୍ଟର୍‌କୁ ଉଦ୍‌ଘାଟନ କରିଛନ୍ତି ୩ କେନ୍ଦ୍ରମନ୍ତ୍ରୀ । ସେହିପରି ଏମ୍‌ସରେ ଦେଢ଼ଶହ ଶଯ୍ୟା ବିଶିଷ୍ଟ ଏକ ଅତ୍ୟାଧୁନିକ କ୍ରିଟିକାଲ କେୟାର ହସ୍ପିଟାଲ ବିଲ୍‌ଡିଂର ଶିଳାନ୍ୟାସ ମଧ୍ୟ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅତିଥିମାନେ ବିଭିନ୍ନ ବର୍ଗରେ ଉତ୍ତୀର୍ଣ୍ଣ ହୋଇଥିବା ଶ୍ରେଷ୍ଠ ୨୭ ଛାତ୍ରଛାତ୍ରୀଙ୍କୁ ୪୦ ସ୍ବର୍ଣ୍ଣପଦକ ପ୍ରଦାନ କରିବା ସହ ଶ୍ରେଷ୍ଠ ବିଦାୟୀ ଏମବିବିଏସ୍ ଗ୍ରାଜୁଏଟ୍ ଭାବରେ ଡାକ୍ତର ଅନିଲ ଦାସ ଏବଂ ଶ୍ରେଷ୍ଠ ବିଏସସି (ସମ୍ମାନ) ନର୍ସିଂ ଗ୍ରାଜୁଏଟ୍ ଭାବେ ଶୁଭ୍ରଜ୍ୟୋତି ବାରିକଙ୍କୁ ସମ୍ବର୍ନ୍ଧିତ କରାଯାଇଥିଲା ।