ହକି ଉଦଘାଟନୀ ଉତ୍ସବ ପାଇଁ ୫୦ ପ୍ଲାଟୁନ ପୁଲିସ ଫୋର୍ସ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ହକି ବିଶ୍ୱକପକୁ ଦୃଷ୍ଟିରେ ରଖି କମିଶନରେଟ ପୁଲିସ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି । ଏହିକ୍ରମେ ୫୦ ପ୍ଲାଟୁନ ପୁଲିସ ଫୋର୍ସ ସହ ୨୦୦ ଅଫିସର ନିୟୋଜିତ ହେବେ । ଏନେଇ କଟକ ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି । ସେହିପରି ବଲିଉଡ କଳାକାରଙ୍କ ସୁରକ୍ଷା ଓ ଟ୍ରାଫିକ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ବାଲିଯାତ୍ରା ତଳ ପଡ଼ିଆ ଓ ବିଭିନ୍ନ ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି । ବାରବାଟୀ ଷ୍ଟାଡିୟମ ଭିତରକୁ ଦିନ ୨ଟା ୩୦ରୁ ପ୍ରବେଶ କରିବାକୁ ଅନୁମତି ଦିଆଯାଇଥିବା ନେଇ ଶ୍ରୀ ମିଶ୍ର କହିଛନ୍ତି ।