Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଯେଉଁଠି ରାସ୍ତା ପାଇଁ ଝିଅ ଦେବାକୁ ନାରାଜ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଯେଉଁଠି ରାସ୍ତା ପାଇଁ ଝିଅ ଦେବାକୁ ନାରାଜ

ଗଜେନ୍ଦ୍ର ନିଆଲ, ନୂଆପଡ଼ା

ସରକାର ଗ୍ରାମାଞ୍ଚଳ ତଥା ଅପହଞ୍ଚ ଗାଁରେ ଲୋକଙ୍କୁ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଅନେକ ଯୋଜନା ପ୍ରଣୟନ କରି ବାର୍ଷିକ ବହୁ କୋଟି ଟଙ୍କା ରାଜକୋଷରୁ ଖର୍ଚ୍ଚ କରୁଛନ୍ତି। ଜିଲ୍ଲା ପ୍ରଶାସନର ଅବହେଳା ପାଇଁ ସ୍ୱାଧୀନତାର ଏତେ ବର୍ଷ ପରେ ବି ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ପଏଁର ପଞ୍ଚାୟତ ଅନୁପଗଡ଼ ବାସିନ୍ଦା ମୌଳିକ ସୁବିଧାରୁ ବଞ୍ଚିତ ହୋଇଛନ୍ତି। ଜିଲ୍ଲା ମୁଖ୍ୟାଳୟରୁ ପ୍ରାୟ ୫୦ କିଲୋମିଟର ଦୂରରେ ଅବସ୍ଥିତ ପଏଁର ପଞ୍ଚାୟତର ଆଦିବାସୀ ବହୁଳ ଗାଁ ଅନୁପଗଡ଼। ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ ରାଜାରାଜୁଡ଼ା ସମୟରେ ତତ୍କାଳୀନ କୋମନା ଗଡ଼ର ରାଜା ଆର୍ତ୍ତତ୍ରାଣ ସିଂଦେଓ ଏହି ଗାଁକୁ ନିଜ ପୁଅ ଅନୁପ ସିଂଦେଓଙ୍କ ନାଁରେ ଅନୁପଗଡ଼ ବସତି ସ୍ଥାପନ କରିଥିଲେ। ଏବେ ରାଜତନ୍ତ୍ର ସରି ଗଣତନ୍ତ୍ରର ଏତେ ବର୍ଷ ପରେ ଅନୁପଗଡ଼ ମୌଳିକ ସୁବିଧା ସୁଯୋଗ ପାଇଁ ସଂଘର୍ଷ କରୁଛି।

ଆମତିଖୋଳ ଜଙ୍ଗଲ ଉପରେ ଗଢ଼ି ଉଠିଥିବା ଗାଁରେ ୪୬ଟି ଆଦିବାସୀ ପରିବାରରେ ୨ ଶହରୁ ଊଦ୍ଧ୍ୱର୍ ଲୋକେ ବସବାସ କରୁଛନ୍ତି। ସେମାନେ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିବା ସହ ଚାଷ କାର୍ଯ୍ୟ କରି ନିଜର ଜୀବିକା ନିର୍ବାହ କରିଆସୁଛନ୍ତି। କୋମନା ବ୍ଲକ୍ କାର୍ଯ୍ୟାଳୟ ଠାରୁ ୧୦ କିଲୋମିଟର ଭିତରେ ଏହି ଗାଁ ରହିଥିଲେ ବି ଯାତାୟାତ ପାଇଁ ରାସ୍ତାଟିଏ ନାହିଁ। ଗାଁକୁ କେବଳ ମୋଟରସାଇକେଲ ଚଳାଚଳ କରିଥାଏ। ତାହା ପୁଣି ବର୍ଷାଋତୁରେ ଯିବା ଅସମ୍ଭବ ହୋଇପଡ଼ୁଛି।

ବସତି ବସିବା ଦିନଠୁଁ ଆଜି ଯାଏ ଗାଁ’କୁ କେବେ ଚାରିଚକିଆ ଗାଡ଼ି ଯାଇନାହିଁ। ଗାଁ’ଲୋକେ କେବେ ଆମ୍ବୁଲାନ୍ସ ଦେଖିନାହାନ୍ତି। ରୋଗୀ, ଗର୍ଭବତୀ ଲୋକେ ଖଟିଆରେ କାନ୍ଧରେ ବୋହି ପାହାଡ଼ ତଳକୁ ନେଇଥାନ୍ତି। ସେଠାରୁ ଆମ୍ବୁଲାନ୍ସରେ ବସାଇ ହସ୍ପିଟାଲ ଆଣିଥାନ୍ତି। ଅନେକ ସମୟରେ ଚିକିତ୍ସାଳୟ ପହଞ୍ଚାଇବାରେ ବିଳମ୍ବ ଘଟିଲେ ରୋଗୀ, ଗର୍ଭବତୀଙ୍କ ମୃତ୍ୟୁ ଘଟିଥାଏ। ମାତ୍ର ଶହେ ମିଟର ପାହାଡ଼ିଆ ରାସ୍ତାକୁ ନିର୍ମାଣ ପାଇଁ ବର୍ଷ ବର୍ଷ ଧରି ଗାଁ ଲୋକେ ଜିଲ୍ଲା ପ୍ରଶାସନ ନିକଟରେ ବାରମ୍ବାର ଗୁହାରି କରିଆସୁଥିଲେ ବି ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ରାସ୍ତା ନିର୍ମାଣ ହୋଇପାରୁନାହିଁ।

ଗାଁରେ ପ୍ରାଥମିକ ଶିକ୍ଷା ସାରି ରାସ୍ତା ଅଭାବରୁ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷାରୁ ବଞ୍ଚିତ ହୋଇ ରହୁଛନ୍ତି। ଗାଁକୁ ଭଲ ରାସ୍ତା ନଥିବାରୁ ଲୋକେ ଏହି ଗାଁରେ ବିବାହ ପାଇଁ ଝିଅ ଦେବା କିମ୍ବା ଗାଁରୁ ଝିଅ ନେବାକୁ ମନା କରି ଦେଇଥାନ୍ତି। ଗାଁରେ ପିଇବା ପାଣିର କୌଣସି ବ୍ୟବସ୍ଥା ନାହିଁ। ଏମିତିକି ଗାଁରେ ନଳକୂଅଟିଏ ବି ଖୋଳା ହୋଇନାହିଁ। ଏଭଳି ସ୍ଥିତିରେ ଗାଁ ଲୋକେ ଝରଣା ପାଣି ପିଇ ନିଜର ଜୀବନ ବଞ୍ଚାଇ ରଖିଛନ୍ତି। ଲୋକେ ପ୍ରଦୂଷିତ ପାଣି ପିଇ ଅନେକ ରୋଗରେ ଆକ୍ରାନ୍ତ ହୋଇ ଦୁର୍ବିସହ ଜୀବନ ଅତିବାହିତ କରୁଛନ୍ତି।

ଗତ ୨୬ ଜୁନରେ ଡିଆରଡିଏ ପିଡି ବୃଷଭଚନ୍ଦ୍ର ନାଏକଙ୍କ ନେତୃତ୍ୱରେ ଏକ ଜିଲ୍ଲାସ୍ତରୀୟ ଟିମ ଅନୁପଗଡ଼ର ଆମତିଖୋଳ ପାହାଡ ଦେଶରେ ପହଞ୍ଚି ପ୍ରାୟ ଅଧା କିମି ପାହାଡ଼ିଆ ରାସ୍ତା ପାଦରେ ଚାଲି ଗାଁ’ରେ ପହଞ୍ଚିଥିଲେ। ଉଚ୍ଚ ଓ ତୀକ୍ଷ୍ଣ ରାସ୍ତାରେ ଖାଲଖମା ସୃଷ୍ଟି ହେବା ସହ ପଥର ବାହାରିଥିବା ଏହି ଟିମ୍ ଦେଖିବାକୁ ପାଇଥିଲେ। ସରକାରୀ ସହାୟତା ସହ ସମସ୍ତ ସମସ୍ୟା ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ପାହାଡ଼ିଆ ରାସ୍ତାର ଅଟକଳ ହୋଇ ସାରିଛି। ରାସ୍ତାକୁ ଶୀଘ୍ର କଂକ୍ରିଟକରଣ କରାଯିବ ବୋଲି କହିଥିଲେ। ହେଲେ ପରିତାପର ବିଷୟ କୌଣସି କାର୍ଯ୍ୟ ନହେବାରୁ କିଛିଦିନ ତଳେ ଗ୍ରାମବାସୀ ମିଳିତ ଭାବେ ଶ୍ରମଦାନ କରି ରାସ୍ତା ନିର୍ମାଣ କରିଛନ୍ତି।