ପୁରୀ,ଏନ୍ଏନ୍ଏସ୍: ରାଷ୍ଟ୍ରପତି ଦୌପଦୀ ମୁର୍ମୁ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ପ୍ରାୟ ୩୦ ମିନିଟ ପରେ ଦର୍ଶନ ସାରି ଶ୍ରୀମନ୍ଦିରରୁ ରାଷ୍ଟ୍ରପତି ଫେରିଛନ୍ତି ।
ସୂଚନାଯୋଗ୍ୟ, ରାଷ୍ଟ୍ରପତି ଜଣେ ସାଧାରଣ ଭକ୍ତ ଭଳି ବଳଗଣ୍ଡି ଛକରୁ ଚାଲି ଚାଲି ଶ୍ରୀମନ୍ଦିର ଯାଇଥିଲେ । ଶ୍ରୀମନ୍ଦିର ସମ୍ମୁଖରେ ରାଷ୍ଟ୍ରପତିଙ୍କୁ ଗଜପତି ସ୍ୱାଗତ ଜଣାଇଥିଲେ ।