ନଭେମ୍ବରରେ ଅଯୋଦ୍ଧା ଯିବେ ସିନ୍ଦେ

ମହାରାଷ୍ଟ୍ର: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ନଭେମ୍ବରରେ ଅଯୋଦ୍ଧା ଗସ୍ତ କରିବେ । ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବା ପରେ ଏହା ହେଉଛି ତାଙ୍କର ପ୍ରଥମ ଅଯୋଦ୍ଧା ଗସ୍ତ । ଏହି ଗସ୍ତରେ ସିନ୍ଦେଙ୍କ ସହ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଓ ସାଂସଦ ପୁଅ ଶ୍ରୀକାନ୍ତ ସିନ୍ଦେ ଯିବେ ବୋଲି ସୂଚନା ମିଳିଛି । ସିନ୍ଦେଙ୍କ ଅଯୋଦ୍ଧା ଗସ୍ତକୁ ଏକ ରାଜନୈତିକ ରଣନୀତି କୁହାଯାଉଥିବାରୁ ଏହା ବେଶ୍ ଗୁରୁତ୍ୱବହନ କରୁଛି ।

ସୂଚନାଯୋଗ୍ୟ, ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କଠୁ ଅଲଗା ହେବାର କିଛିଦିନ ପୂର୍ବରୁ ତାଙ୍କ ପୁଅ ଆଦିତ୍ୟ ଠାକରେଙ୍କ ସହ ଏକାନଥ ସିନ୍ଦେ ଅଯୋଦ୍ଧା ଗସ୍ତ କରିଥିଲେ ।