Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଅଲିମ୍ପିକ୍ ହକି କ୍ୱାଲିଫାୟର୍ସ ପାଇଁ ଆଜିଠାରୁ କାଉଣ୍ଟରରେ ଟିକେଟ ବିକ୍ରି – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଅଲିମ୍ପିକ୍ ହକି କ୍ୱାଲିଫାୟର୍ସ ପାଇଁ ଆଜିଠାରୁ କାଉଣ୍ଟରରେ ଟିକେଟ ବିକ୍ରି

ଭୁବନେଶ୍ୱର,ଏନ୍ଏନ୍ଏସ୍: ଟୋକିଓରେ ଆସନ୍ତାବର୍ଷ ହେବାକୁ ଯାଉଛି ଗ୍ରୀଷ୍ମକାଳୀନ ଅଲିମ୍ପିକ୍ କ୍ରୀଡ଼ା। ବିଶ୍ୱର ଏହି ଶ୍ରେଷ୍ଠ କ୍ରୀଡ଼ା ପ୍ରତିଯୋଗିତାର ହକି ଖେଳରେ ଅଂଶଗ୍ରହଣ କରିବାକୁ ଭାରତ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ନଭେମ୍ବର ୧ ଓ ୨ରେ ରୁଷିଆ ପୁରୁଷ ଓ ଆମେରିକା ମହିଳା ଦଳ ସହ ଖେଳିବ। ଏହାକୁ ଅଲିମ୍ପିକ୍ ହକି କ୍ୱାଲିଫାୟର୍ସ କୁହାଯାଉଥିଲାବେଳେ ଦୁଇ ଦିନରେ ପ୍ରତ୍ୟେକ ଦଳ ଅନ୍ୟ ସହ ୨ଟି ଲେଖାଏଁ ମ୍ୟାଚ୍ ଖେଳିବ। ଏହି ମ୍ୟାଚ୍ ଦ୍ୱୟର ବିଜେତା ହିଁ ଟୋକିଓ ଅଲିମ୍ପିକ୍ ହକି ଇଭେଣ୍ଟରେ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବେ।

କଳିଙ୍ଗ ଷ୍ଟାଡିୟମରେ ଏହି ଇଭେଣ୍ଟ ଲାଗି ଗୁରୁବାର ଠାରୁ ଷ୍ଟାଡିୟମ୍ କାଉଣ୍ଟରରେ ଟିକେଟ ବିକ୍ରି କରାଯିବ। ଗେଟ୍ ନଂ-୯ ନିକଟରେ ଥିବା ବକ୍ସ ଅଫିସରେ ସମସ୍ତ ପ୍ରକାର ଟିକେଟ ମିଳିବ। ଏହା ବ୍ୟତୀତ ସହରର ବିଭିନ୍ନ ଆଉଟଲେଟରେ ମଧ୍ୟ ଟିକେଟ ବିକ୍ରି ଲାଗି ହକି ଇଣ୍ଡିଆ ପକ୍ଷରୁ ଯୋଜନା କରାଯାଇଛି। ସେହିପରି ଅନ୍ଲାଇନରେ ଯେଉଁମାନେ ଟିକେଟ ବୁକ୍ କରିଛନ୍ତି ସେମାନେ ଗେଟ ନଂ-୪ ନିକଟରେ ଥିବା ବକ୍ସ ଅଫିସରୁ ଟିକେଟ ସଂଗ୍ରହ କରିପାରିବେ। ପୂର୍ବାହ୍ଣ ୧୧ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ଗୁରୁବାରଠାରୁ ଏହି କାଉଣ୍ଟରରେ ଟିକେଟ ମିଳିପାରିବ।

ପ୍ରତ୍ୟେକ ଦିନ ୨ଟି ମ୍ୟାଚ୍ ହେବ। ଗୋଟିଏ ଟିକେଟ କିଣି ଜଣେ ଦର୍ଶକ ଗୋଟିଏ ଦିନର ୨ଟିଯାକ ମ୍ୟାଚ୍ ଦେଖିପାରିବେ। ଏହି ମ୍ୟାଚ୍ ଲାଗି ଟିକେଟର ମୂଲ୍ୟ ୱେଷ୍ଟ ଷ୍ଟାଣ୍ଡ ଲାଗି ୫୦୦ ଟଙ୍କା, ଇଷ୍ଟ ଷ୍ଟାଣ୍ଡ ଲାଗି ୩୦୦ ଟଙ୍କା, ନର୍ଥ ଓ ସାଉଥ୍ ଷ୍ଟାଣ୍ଡ ଲାଗି ୨୦୦ ଟଙ୍କା ରଖାଯାଇଛି ବୋଲି ହକି ଇଣ୍ଡିଆ ପକ୍ଷରୁ ଜଣାଯାଇଛି।

କଳିଙ୍ଗ ଷ୍ଟାଡିୟମ୍
କାଉଣ୍ଟର ଟିକେଟ: ଗେଟ ନଂ-୯
ଅନଲାଇନ୍ ଟିକେଟ: ଗେଟ ନଂ-୪
ଷ୍ଟାଣ୍ଡ ଟିକେଟ ମୂଲ୍ୟ
ୱେଷ୍ଟ : ୫୦୦ ଟଙ୍କା
ଇଷ୍ଟ : ୩୦୦ ଟଙ୍କା
ନର୍ଥ ଓ ସାଉଥ୍ : ୨୦୦ ଟଙ୍କା