କଟକ,ଏନ୍ଏନ୍ଏସ୍: ହାଇସିକ୍ୟୁରିଟି ନମ୍ବର ପ୍ଲେଟକୁ ନେଇ ସଭିଙ୍କ ଚିନ୍ତା ବଢ଼ିଥିବାବେଳେ ପରିବହନ ବିଭାଗକୁ ହାଇକୋର୍ଟ ଜବାବ ମାଗିଛନ୍ତି । ସମୟସୀମା ବୃଦ୍ଧି କରିହେବ କି ନାହିଁ ସେନେଇ ଜଣାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଭିତ୍ତିଭୂମି ନଥାଇ ଡେଡଲାଇନ କିଭଳି ସ୍ଥିର କଲେ ବୋଲି ହାଇକୋର୍ଟ ପଚାରିଛନ୍ତି । ଏଥିସହିତ ଆସନ୍ତା ୩୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।
ସୂଚନାଯୋଗ୍ୟ, ନମ୍ବର ପ୍ଲେଟ ମାମଲା ନେଇ ୨ ବସ୍ ମାଲିକ ହାଇକୋର୍ଟ ଯାଇଥିଲେ । ସରକାର ଭିତ୍ତିଭୂମି ନକରି ଡେଡଲାଇନ ଦେଇଥିବା ସେମାନେ ଜଣାଇଥିଲେ ।