ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆସନ୍ତା ୨୦୨୩-୨୪ ଶିକ୍ଷା ବର୍ଷରୁ ୪୦ଟି ସ୍କୁଲକୁ ଅପଗ୍ରେଡ କରାଯିବ । ଫଳରେ ୪୦ଟି ସ୍କୁଲରେ ଆସନ୍ତା ବର୍ଷଠୁ ଏକାଦଶ ଶ୍ରେଣୀ ପାଠପଢ଼ା ଆରମ୍ଭ ହେବ । ଏକାଦଶ ପିଲାଙ୍କୁ ପାଠ ପଢ଼ାଇବା ପାଇଁ ଶିକ୍ଷକ ନିଯୁକ୍ତି ଚାଲିଛି । ବିଶେଷ କରି ଉପାନ୍ତ ଅଞ୍ଚଳରେ ଡ୍ରପ ଆଉଟ ପିଲାଙ୍କୁ ଦେଖି ପ୍ରୟାସ ଆରମ୍ଭ ହୋଇଛି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ପ୍ରଦାନ କରିଛନ୍ତି ।