ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇଛି । ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୦୩ ଜଣ କରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୩୭ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୧୬୬ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।
ସେହିପରି ୧୮ ବର୍ଷ ବୟସ ମଧ୍ୟରେ ୪୮ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୨୨୧୮ ଜଣଙ୍କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି ।
ଅନୁଗୁଳରୁ ୧, ବାଲେଶ୍ୱରରୁ ୭, ବରଗଡରୁ ୧୩,ଭଦ୍ରକରୁ ୧, ବଲାଙ୍ଗୀରରୁ ୨୨, ବୌଦ୍ଧରୁ ୬, କଟକରୁ ୧୬, ଦେବଗଡରୁ ୨, ଢେଙ୍କାନାଳରୁ ୧, ଗଜପତିରୁ ୬, ଗଞ୍ଜାମରୁ ୧, ଜଗତସିଂହପୁରରୁ ୨, ଯାଜପୁରରୁ ୫, ଝାରସୁଗୁଡାରୁ ୨, କଳାହାଣ୍ଡିରୁ ୧୯, କନ୍ଧମାଳରୁ ୪, ଖୋର୍ଦ୍ଧାରୁ ୮୧, କୋରାପୁଟରୁ ୯, ମାଲକାନଗିରିରୁ ୧, ମୟୂରଭଞ୍ଜରୁ ୧୯, ନବରଙ୍ଗପୁରରୁ ୧୭,ନୟାଗଡରୁ ୧୫, ନୂଆପଡାରୁ ୧୭, ପୁରୀରୁ ୨, ରାୟଗଡାରୁ ୪, ସମ୍ବଲପୁରରୁ ୩୬, ସୋନପୁରରୁ ୧୪, ସୁନ୍ଦରଗଡରୁ ୪୪ ଓ ଷ୍ଟେଟ ପୁଲରୁ ୧୪ ଜଣ ରହିଛନ୍ତି ।
ସୂଚନା ଅନୁସାରେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୩୨୨୧୮୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୩୯୬୬ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୩୦୯୦୧୦ ଜଣ ସୁସ୍ଥ ହୋଇଛନ୍ତି ।