ରାଜଧାନୀରେ ଚାଲିଲା ଇ-ମୋ ବସ୍ ଓ ଇ-ରିକ୍ସା

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ରାଜଧାନୀ ଭୁବନେଶ୍ୱରରେ ଆଜି ୧୦ଟି ଇ-ମୋ ବସ୍ ଓ ୫୦ଟି ଇ-ଅଟୋ ରିକ୍ସା ଚଳାଚଳ କରିଛି । ପ୍ରଥମ ପର୍ଯ୍ୟାୟରେ ୪ଟି ରୁଟରେ ୧୦ଟି ଇ-ମୋ ବସ୍ ଚାଲିବ । ଇ-ବସର ଗାଇଡ ଅନୁସାରେ ୫୦ ପ୍ରତିଶତ ମହିଳାଙ୍କୁ ନିଯୁକ୍ତି ମିଳିବ । ସେହିପରି ବିଭିନ୍ନ ରୁଟରେ ୫୦ଟି ଇ-ଅଟୋ ରିକ୍ସା ମଧ୍ୟ କାର୍ଯ୍ୟକାରୀ ହେବ । ଇ-ଅଟୋ କେବଳ ମହିଳା ଓ କିନ୍ନରଙ୍କୁ ନିଯୁକ୍ତି ଦିଆଯାଇଛି । ଆଜିଠାରୁ ୩୧ ତାରିଖ ଅର୍ଥାତ ୩ ଦିନ ପାଇଁ ଯାତ୍ରୀଙ୍କୁ ମାଗଣା ସେବା ମିଳିବ ।